ବ୍ଲକ ଗ୍ରାଣ୍ଟ ସ୍କୁଲ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ବୈଠକ
ବୌଦ୍ଧ: ବୌଦ୍ଧ ଜିଲ୍ଲା ବ୍ଲକ ଗ୍ରାଣ୍ଟ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଜରୁରୀ ସାଂଗଠନିକ ବୈଠକ କଣ୍ଟାମାଳ ବ୍ଲକ ଗୁଡଭେଲିପଦର ସ୍ଥିତ ରାଧାମୋହନ ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧ ଜିଲ୍ଲାର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଗତ ଜାନୁଆରୀ ୧ ତାରିଖ ଠାରୁ ସପ୍ତମ ବେତନ ପ୍ରଦାନ କରି ଜାନୁଆରୀ ଓ ଫେବୃଆରୀ ୨ ମାସର ଦରମା ଦେଇ ହଠାତ ବିନା ସୂଚନାରେ ଷଷ୍ଠ ବେତନକୁ ଲଦିଦେଇ ଓଡ଼ିଶାରେ ଏକ ଇତିିହାସ ସୃଷ୍ଟି କରିଛନ୍ତି। ଯାହାକି ଓଡ଼ିଶାର କୌଣସି ଜିଲ୍ଲାରେ ଏପରି ବ୍ୟବସ୍ଥା ନାହିଁ। ଏହାକୁ ବୈଠକରେ ନିନ୍ଦା କରାଯାଇଥିଲା। ରାଜ୍ୟର ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲାର ସଂଗଠନକୁ ସୁଦୃଢ କରି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସପୂର୍ଣ୍ଣ ଭାବେ ପୂର୍ଣ୍ଣ ସହ ଯୋଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା।
Comments are closed.