www.samajalive.in
Monday, December 15, 2025
16.1 C
Bhubaneswar

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ଓଡ଼ିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସରେ ହେବାକୁଥିବା ରାଜ୍ୟସ୍ତରୀୟ ସାହାଣି କପ ଫୁଟବଲ ଟୁର୍ଣ୍ଣାମେଣ୍ଟ୍‌‌ ଚଳିତ ବର୍ଷ ବୌଦ୍ଧ ଓ କନ୍ଧମାଳ ଜିଲାରେ ହେବାକୁ ଆପତତଃ ସ୍ଥିର ହୋଇ ସାରିଥିବା ବେଳେ ଏଥିପାଇଁ ଜିଲାସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲା କ୍ରିଡା ସଂଘର ଅଧ୍ୟକ୍ଷ ତଥା ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଜିଲାରେ ଫୁଟବଲ ଖେଳ ପ୍ରତି ଲୋକଙ୍କ ଅଧିକ ଆକର୍ଷଣ ରହିଥିବାରୁ ଏଠାରେ ରାଜ୍ୟ ଫୁଟବଲ ସଂଘ ପକ୍ଷରୁ ସମ୍ମାନଜନକ ସାହାଣି କପ ଆୟୋଜନ କରାଯିବାକୁ ସମସ୍ତ ପ୍ରକାର ଭିତିଭୂମି ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଆବାହକତ୍ୱରେ ଜିଲା କ୍ରିଡା ସଂଘର ଉପାଧ୍ୟକ୍ଷ ଧୂରୀଣ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାହାଣି କପ ଫୁଟବଲରେ ବୌଦ୍ଧଜିଲାକୁ ପ୍ରତିନିଧିତ୍ୱ କରିବା ପାଇଁ ଟିମ ଚୟନ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା।

ଜିଲା ଟିମର ଖେଳାଳୀ ତାଲିକା ପ୍ରସ୍ତୁତ ପୂର୍ବରୁ ଜିଲାର ସମସ୍ତ ଯୋଗ୍ୟ ଖେଳାଳୀଙ୍କୁ ସୁଯୋଗ ଦେବାକୁ ଗୁରୁତ୍ୱ ଦିଆଯାଇ ଉପଯୁକ୍ତ ଖେଳାଳୀ ଚୟନ ପାଇଁ ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ତିନିଗୋଟି ବ୍ଲକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଆୟୋଜକ କମିଟି ଗଠନ କରାଯାଇ ଦାୟିତ୍ୱ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଥିଲା। ବୌଦ୍ଧ ବ୍ଲକ ପାଇଁ ମୁଣ୍ଡାପଡ଼ାଠାରେ, କଣ୍ଟାମାଳ ବ୍ଲକ ପାଇଁ ପଲଶାଗୋରାଠାରେ ଏବଂ ହରଭଙ୍ଗା ବ୍ଲକ ପାଇଁ ପୁରୁଣାକଟକଠାରେ ଖେଳାଳୀ ଚୟନ ପ୍ରତିଯୋଗିତା ଫୁଟବଲ ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଏନଏସିରୁ ଦୁଇଗୋଟି ଲେଖାଏଁ ଶ୍ରେଷ୍ଠ ଦଳଙ୍କୁ ନେଇ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯିବାପରେ ଜିଲାଟିମ ପାଇଁ ଖେଳାଳୀ ତାଲିକା ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିଡା ସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତ, ବରିଷ୍ଠ ଆଇନଜିବୀ ତଥା ଜିଲା କ୍ରିଡା ସଂଘର ସଦସ୍ୟ ତାରେଣି ମହାପାତ୍ର, ଟାଉନ ଏଥଲେଟିକ କ୍ଲବର ସଂପାଦକ ବଦ୍ରିନାରାୟଣ ମିଶ୍ର, ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ରଞ୍ଜିତ କୁମାର ରାଉତ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ଜିତୁ ପାଣ୍ଡେ ଓ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories