www.samajalive.in
Monday, December 8, 2025
14.1 C
Bhubaneswar

ନବ ବିବାହିତାଙ୍କ ଆତ୍ମହତ୍ୟା ; ସ୍ୱାମୀ ଥାନାରେ ଅଟକ

ବୌଦ୍ଧ : ବୌଦ୍ଧ ରାଜପ୍ରାସାଦ ନିକଟରେ ଭଡାରେ ରହୁଥିବା ଜଣେ ନବବିବାହିତା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ବୌଦ୍ଧ ବିଦ୍ୟୁତ ବିଭାଗରେ ମେଣ୍ଟେନାନସ ମେନେଜର ଭାବରେ କାର୍ଯ୍ୟ କରୁଥିବା ତପନ କୁମାର ମହାକୁଡ ଅଳ୍ପଦିନ ପୂର୍ବରୁ ବିବାହ କରି ପତ୍ନୀ ନମିତା ମହାକୁଡଙ୍କ ସହିତ ବୌଦ୍ଧ ରାଜବାଟୀ ନିକଟରେ ଏକ ଭଡାଘରେ ରହୁଥିଲେ।
ରବିବାର ତପନ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ପତ୍ନୀ ନମିତା ମୋବାଇଲ ଯୋଗେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣାଇଥିଲେ। ତପନ ବ୍ୟସ୍ତ ହୋଇ ଘରେ ପହଞ୍ଚିବାବେଳେ ଘର ଭିତରପଟରୁ ବନ୍ଦ ରହିଥିଲା। ଝରକା ପଟରୁ ଦେଖିବାବେଳେ ନମିତାଙ୍କ ଶରୀର ପଙ୍ଖାରେ ଝୁଲୁଥିଲା। ସେ ତୁରନ୍ତ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ  ପହଞ୍ଚି ଘରର କବାଟ ଖୋଲିବାପରେ ନମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପୁଲିସ  ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ପ୍ରାଥମିକ ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା। ନମିତାଙ୍କ ପରିବାରଲୋକ ପହଞ୍ଚିବାରେ ପରେ ସ୍ୱାମୀ ତପନ ତାଙ୍କ ଝିଅକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସ୍ୱାମୀ ତପନକୁ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories