‘ଅମୂଲ୍ୟ ଆହାର’ ଯୋଜନାରେ ‘ଉତ୍ସର୍ଗ’ ପକ୍ଷରୁ ରୋଗୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ବୌଦ୍ଧ: ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତାଧିକ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ୪୩ ତମ ସପ୍ତାହରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବେ ଯୋଗଦେଇ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। କୋଭିଡ ମହାମାରୀ ଆରମ୍ଭରୁ ଗତ ତିନି ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ନିରାଶ୍ରୟଙ୍କୁ କ୍ରମାଗତ ରନ୍ଧା ଖାଦ୍ୟ ବଂଟନ ସହିତ ଅନ୍ୟାନ୍ୟ କାର୍ୟ୍ୟକ୍ରମ କରାଯାଉଅଛି। ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ମିଥୁନ ସାହୁ, ଶାନ୍ତନୁ ପଟ୍ଟନାୟକ, ଦୀପକ ଅଦର, ଦୀପକ ମହାରଣା, ସୂର୍ୟ୍ୟ ଶତପଥି, ବ୍ରଜେଶ ସାହୁ, ବିପ୍ର ଚରଣ ମହାନ୍ତି, ନାରାୟଣ ପ୍ରସାଦ ଅଗ୍ରୱାଲ, ଜୟ ନାରାୟଣ ମହାନ୍ତି, କୃଷ୍ଣ ମିଶ୍ର ପ୍ରମୁଖ ଖାଦ୍ୟ ବଂଟନ କାର୍ୟ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ।
Comments are closed.