ବୌଦ୍ଧ: ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଏକ ବୋଲେରୋ ପିକ୍-ଅପ୍ ଭ୍ୟାନ ଚମ୍ପାପୁର ଗ୍ରାମର ପୁରୁଷୋତ୍ତମ ମେହେରଙ୍କୁ ଧକ୍କା ଦେଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଗ୍ରାମର ଲୋକେ ଶବ ରଖି ଦିନ ଗୋଟାଏ ସମୟରେ ଗ୍ରାମ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ ରହିବା ଯୋଗୁଁ ଯାତାୟତ ଠପ ହୋଇ ଯାଇଥିଲା। ବୌଦ୍ଧ ସଦର ପୁଲିସ ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
Popular Categories



