ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସନ୍ତୋସି ରାୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂଜା ଓ ହୋମ ପରେ ଶପଥ ଗ୍ରହଣ କରିବା ସହିତ ନାଏବ ସରପଞ୍ଚ ଭାବେ ଶୁସାନ୍ତ କୁମାର ରାଉତରାୟ ନିର୍ବାଚିତ ହୋଇଛନ୍ତି। ବ୍ରତତି ପ୍ରିୟଦର୍ଶନୀ ସାହୁ, ଗିରିଷ ଚନ୍ଦ୍ର ପାଇକରାୟ, ଭାଗିରଥି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନୂତନ ସରପଞ୍ଚଙ୍କୁ ଦାୟିତ୍ୱ ପ୍ରଦାନ ସହ ନାଏବ ସରପଞ୍ଚଙ୍କ ନିର୍ବାଚନକୁ ପରିଚାଳନା କରିଥିଲେ। ନିର୍ବାଚନ ପରେ ନୂତନ ସରପଞ୍ଚ ଏବଂ ସମିତି ସଭ୍ୟା ନାଏବ ସରପଞ୍ଚଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ଭଦ୍ର ବ୍ୟକ୍ତିମାନେ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟମାନଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।
Popular Categories



