କଟକ: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ, ଓଡ଼ିଶା ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ ମଧ୍ୟରେ ଅନଲାଇନ ଜୁମ ମାଧ୍ୟମରେ ଏକ ପାଞ୍ଚ ବର୍ଷିଆ ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ଙ୍କ ସଭପତିତ୍ୱ ଓ କାର୍ଡର ନିର୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନାଙ୍କ ପୌରହିତ୍ୟିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିକ୍ରମଶିଳା ଅନ୍ତର୍ଜାତୀକ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫେସର ସୁଦୀପ୍ତ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଏନଆରଟିଆଇ ଗୁଜୁରାଟର ବରିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା, ଏନୟୁଯେଏସ କୋଲକାତାର ପ୍ରଫେସର ଶ୍ରୀନିବାସ ଏନ ଏସ, ଓଡ଼ିଶା ଲୋକସେବା ଆୟୋଗର ସଚିବ ଅଶୋକ ଦାଶ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପାଲିତ, ସେଣ୍ଟ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ୱେତଲୀନା ବୋଦର୍ନୋଭ, ନ୍ୟୁ ଇଂଲଣ୍ଡ ବିଶ୍ୱବିଦ୍ୟାଳୟ ଅଷ୍ଟ୍ରେଲିଆର ପ୍ରଫେସର ଡେବିଡ଼ ଲିଭିଂଷ୍ଟନ ସ୍ମିଥ, ବିଶିଷ୍ଟ ଐତିହାସିକା ପ୍ରଫେସର ନିବେଦିତା ମହାନ୍ତି, ପୂର୍ବତନ ସୂଚନା କମିଶନର ଡ଼ ଶଶୀପ୍ରଭା ବିନ୍ଧାଣି, ଲେଖିକା ଓ ଗବେଷିକା ଅନ୍ତର୍ଜିତା ନାୟକ, ଏନଏଲୟୁର ପ୍ରଫେସର ଶୁଭଶ୍ରୀ ପଣ୍ଡା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ଼ ନେହା ଶର୍ମା, ନ୍ୟାସନାଲ ଲ ଉନିଭର୍ସିଟି ଓଡ଼ିଶାର ରେଜିଷ୍ଟାର ଯୋଗେଶ ପ୍ରସାଦ ସିଂହ ପ୍ରମୁଖ ଯୋଗଦେଇ ଥିଲେ।
ଆଦିବାସୀ ବିକାଶ କ୍ଷେତ୍ରରେ ଗବେଷଣା ଓ ସୃଜନଶୀଳତାର ଉପଯୋଗୀତା ଏକାନ୍ତ ଆବଶ୍ୟକ ଓ ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବିକାଶ ଦିଗରେ ଓ ସାମାଜିକ ଜୀବନରେ ବିକାଶ ପାଇଁ ସହାୟକ ହେବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ ମତ ରଖିଥିଲେ। ଆଦିବାସୀମାନଙ୍କ ବିକାଶ, ସେମାନଙ୍କ କଳା ସଂସ୍କୃତି ଭାଷା ଓ ପରିଚୟକୁ ସୁରକ୍ଷା ଦେବା ଆମ ପ୍ରମୁଖତା। ସେଥିପ୍ରତି ଉପଯୁକ୍ତ ସରକାରୀ ସହଯୋଗର ଆବଶ୍ୟକତା ରହିଛି। ଏହି ଚୁକ୍ତି ଫଳରେ ଉଭୟ ଅନୁଷ୍ଠାନ ଆଦିବାସୀମାନଙ୍କ ବିକାଶ କ୍ଷେତ୍ରରେ ସମନ୍ୱୟ ଭାବରେ କାମ କରିବାରେ ସହାୟକ ହେବ ବୋଲି ପ୍ରଫେସର ସୁଦୀପ୍ତ କୁମାର ନନ୍ଦ ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ କାର୍ଡ ସହ ଯୋଡି ହୋଇ ବିଭିନ୍ନ ଅନୁଷ୍ଠାନମାନଙ୍କୁ କାମ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଫେସର ନିବେଦିତା ମହାନ୍ତି, ଓଡ଼ିଶାରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ଚୁକ୍ତି ଏକ ମଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ମତପୋଷଣ କରିଥିଲେ। ଶିକ୍ଷାର ବିକାଶ ଦିଗରେ କାର୍ଡର ନିୟମିତ ପ୍ରୟାସକୁ ପ୍ରଫେସର ଶ୍ୱେତଲୀନା ପ୍ରଶଂସା କରିବା ସହିତ ଆଦିବାସୀ ଛାତ୍ରଛାତ୍ରୀମାନନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଚୁକ୍ତି କିପରି ଭାବେ ଫଳପ୍ରଦ ହେବ ସେନେଇ ମତ ରଖିଥିଲେ ଓ ସମସ୍ତ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ସମଗ୍ର ଭାରତରେ ଓ ପୃଥିବୀର କୋଣ ଅନୁକୋଣରେ ଶିକ୍ଷା ସହ ଜଡିତ ଥିବା ବ୍ୟକ୍ତି ଆଜି କାର୍ଡକୁ ଜାଣିଚି ଓ ଉପଲବ୍ଧି କରିଛି କାରଣ ନିୟମିତ ଭାବରେ କାର୍ଡ ଅନଲାଇନ କାର୍ଯ୍ୟକ୍ରମମାନ ଆୟୋଜନ କରି ବଡ଼ ସାମାଜିକ ଆର୍ଥିକ ତଥା ରାଜନୈତିକ ସମସ୍ୟା ଉପରେ ଗବେଷଣା ଜାରି ରଖିଛି। ଏହି ଚୁକ୍ତି କାର୍ଡକୁ ଆଉ ପାଦେ ନେଇ ଅଧିକ ସମ୍ବେଦନଶୀଳ ଭାବେ ଆଦିବାସୀ ସମସ୍ୟା ଓ ଶିକ୍ଷା କ୍ଷେତ୍ରରେ ସୃଜନଶୀଳ ପଦକ୍ଷେପ ନେବ ବୋଲି କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସ ଏନ ଏସ କହିଥିଲେ।
ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶାର ସାମାଜିକ ବିବିଧତା ଓ ସାଂସ୍କୃତିକ ଅବକ୍ଷୟକୁ ଦୁରେଇ ଭାରତ ତଥା ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଆଦିବାସୀ କଲ୍ୟାଣ ଯୋଜନାକୁ ଲୋକଲୋଚନକୁ ଆଣିପାରିବ, ଆଦିବାସୀ ସଂସ୍କୃତିର ଅବକ୍ଷୟକୁ ରୋକି ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ପ୍ରକୃତି ସଂସ୍କୃତି ଓ ରାଜନୀତିକୁ ସମାନ୍ତରାଳରେ ରଖିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି ଅଷ୍ଟ୍ରେଲିୟ ପ୍ରଫେସର ଡେଭିଡ ସ୍ମିଥ ମତ ରଖିଥିଲେ।
ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କିପରି ଆଦିବାସୀ ଭାଷାର ବିକାଶ ହୋଇପାରିବ ଓ ଆଦିବାସୀ ଯୁବା ବର୍ଗ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଆଲୋକପାତ କରିଥିଲେ ଓ ଏହି ଚୁକ୍ତିର ସଫଳତା କାମନା କରିଥିଲେ। କଠିନ ପରିଶ୍ରମ ଉଭୟ ଅନୁଷ୍ଠାନ ମଧ୍ୟରେ ସହଯୋଗତା ନିଶ୍ଚିତ ଏହି ଚୁକ୍ତିର ଉଦ୍ଦେଶ୍ୟକୁ ସାକାର କରିବା ସହିତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ସ୍ଥାଣୁତାକୁ ଦୁର କରିବ ବୋଲି ପ୍ରଫେସର ଶଶୀପ୍ରଭା ବିନ୍ଧାଣି ମତବ୍ୟକ୍ତ କରିଥିଲେ। ଏହି ଚୁକ୍ତି ଓଡ଼ିଶାକୁ ଦେଶର ଆଦିବାସୀ ରାଜଧାନୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯୁବସମାଜରେ ଗବେଷଣା ଧର୍ମି ମନୋଭାବ ବୃଦ୍ଧି କରିବା ସହିତ ବିସ୍ତୃତ ଗବେଷଣା ଜାରି ରଖିବ ବୋଲି କାର୍ଡର ପରାମର୍ଶଦାତା ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମତ ରଖିଥିଲେ। ସମାଜବିଜ୍ଞାନର ବିକାଶ, ଯୁବ ଦକ୍ଷତା ବିକାଶ, ସଂସ୍କୃତିର ବିକାଶ ସହିତ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଉପସ୍ଥିତିକୁ ଜାହିର କରିବା କ୍ଷେତ୍ରରେ ଏହି ଚୁକ୍ତି ବିଶେଷ ଫଳପ୍ରଦ ହେବ ବୋଲି ଓଡ଼ିଶା ଲୋକସେବା ଅୟୋଗର ସଚିବ ଅଶୋକ ଦାସ ମତ ରଖିଥିଲେ। ଆଦିବାସୀ ମହିଳାମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତିରେ ବିକାଶ ଆଣିବା ଗବେଷଣା ଓ ରାଜନୈତିକ ଜ୍ଞାନ ପ୍ରଦାନ କରିବା କ୍ଷେତ୍ରରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଚୁକ୍ତି ସହାୟକ ହେବ ବୋଲି କହିଥିଲେ ଡ଼ ଅନ୍ତର୍ଜିତା ନାୟକ।
ଏହି କାର୍ଯ୍ୟକ୍ରମରେ କାର୍ଡ ର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ଯୋଗେଶ ପ୍ରତାପ ସିଂ ସଭା ପରିଚାଳନା କରିଥିଲେ। ପ୍ରଫେସର ଆଶିଷ, ପ୍ରଫେସର ବିକଳି ଚରଣ ଦାସ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସୁବାସ ବାରିକ, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅମୁଲ୍ୟ ଆଚାର୍ଯ୍ୟ, ଅଧ୍ୟାପକ ଶୁଭମ ଦାସ, ଡ଼ କମଳ ପ୍ରସାଦ ମହାନ୍ତି, ସମୁଏଲ ଲିମା, ଡ଼ ପ୍ରୀତିଶ୍ରୀ ରଞ୍ଜନ, ଡ଼ ନୁପୁର ପଟନାୟକ, ଡ଼ ଶ୍ରବଣ ବାଗ, ଡ଼ ନିନା ଦାଶ, କାର୍ଡର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ମୟ ସାହୁ, କାର୍ଡର ସମସ୍ତ ଉପଦେଷ୍ଟା ଓ ସଦସ୍ୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ। ସଭା ଶେଷରେ ଡ଼ ନେହା ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ।



