www.samajalive.in
Wednesday, December 10, 2025
18.1 C
Bhubaneswar

ବିକ୍ରମ କୁମାର ନାୟକ ହେଲେ ତେଲକୋଇ ବ୍ଲକ ଅଧ୍ୟକ୍ଷ

ତେଲକୋଇ: କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବହୁତ କଳ୍ପନା ଜଳ୍ପନା ଭିତରେ ଶନିବାର ଏସବୁର ଅନ୍ତ ଘଟିଛି। ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷ ଭାବେ ଦୋବଲାପାଳ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିକ୍ରମ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ସମର୍ଥିତ ୧୫ଜଣ ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ। ଏହି ନିର୍ବାଚନରେ ଅନ୍ୟ ଦଳ ପକ୍ଷରୁ କେହି ପ୍ରତିଦ୍ବନ୍ଦ୍ବିତା କରିନଥିଲେ।

 

- Advertisement -

ଏହି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ସ୍ଥାନୀୟ ବିଡ଼ିଓ ପ୍ରେମାଂଶୁ ଚାନ୍ଦ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଶ୍ୱନାଥ ମଲ୍ଲିକ ସହ ସ୍ଥାନୀୟ ପୁଲିସ ପ୍ରଶାସନ ନିର୍ବାଚନ ପରିଚାଳନା କରିଥିଲେ। ନୂତନ ବ୍ଲକ ଅଧ୍ୟକ୍ଷଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories