www.samajalive.in
Sunday, December 14, 2025
17.1 C
Bhubaneswar

ବୌଦ୍ଧ ଜିଲାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ଶାନ୍ତିପୂର୍ଣ୍ଣ

ବୌଦ୍ଧ: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଓ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ଶୁକ୍ରବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ହରତାଳ ଡାକାରା ଦିଆଯାଇଥିଲା। ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ବୌଦ୍ଧ ଜିଲାରେ ମଧ୍ୟ ଏହି ୬ ଘଣ୍ଟିଆ ହରତାଳ ପ୍ରଭାବ ଦେଖିବାକୁ ମିଳିଛି। ବୌଦ୍ଧଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ମଟରସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ। ହରତାଳ ଯୋଗୁଁ ବୌଦ୍ଧ ସଦର ମହକୁମାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡିକ ବନ୍ଦ ରହିଥିବା ବେଳେ ଯାତ୍ରୀ ପରିବହନ ବନ୍ଦ ରହିଥିଲା।

ଦୈନିକ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା। କାଁ ଭାଁ ଗାଡି ମଟର ଚଳାଚଳ କରୁଥିଲା। ହରତାଳ ଫଳରେ ସହରର ସ୍କୁଲ, କଲେଜ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। କଂଗ୍ରେସ କର୍ମୀମାନେ ବ୍ରିଜଛକ, ଏନଏସି ଛକ ଆଦି ସ୍ଥାନମାନଙ୍କରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଥିଲା। ଏହି ହରତାଳରେ ପୂର୍ବତନ ଜିଲା ସଭାପତି ନାରାୟଣ ପ୍ରସାଦ ପରିଜା, ଜିଲା କଂଗ୍ରେସ ଆଇନସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଉପସଭାପତି ସମରେଶ ମିଶ୍ର, ପିସିସି ସଦସ୍ୟ ରାୟ ସଂଜିବ ଦେଓ, କୋଷାଧ୍ୟକ୍ଷ ପ୍ରଦିପ ଦାସ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ତାରେଣୀ ଜେନା, ବେଣୁଧର ମେହେର, ଅର୍ଜୁନ ମହାନନ୍ଦିଆ, ପରଦେଶୀ ବେହେରା,କୁମୁଦ କୁଦେଇ, ପଙ୍କଜ କର୍ଣ୍ଣ, ଗଣେଷ ଅଗ୍ରୱାଲା, ଜାମିନୀ ମୁଖୀ, ସୌରେନ୍ଦ୍ର ମହାକୁଡ, ପୋଲସ୍ତି ପ୍ରଧାନ, ସେବାଦଳ ସଭାପତି କନିଷ୍ଠ ରାଜହଂସ ଓ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଡ ପ୍ରମୁଖ ସାମିଲ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories