www.samajalive.in
Sunday, December 14, 2025
14.1 C
Bhubaneswar

୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା ବର୍ଷା ଯୋଗୁଁ ବାଧାପ୍ରାପ୍ତ

ବୌଦ୍ଧ: ରାଜ୍ୟ ଭଲିବଲ ସଂଘ ଆନକୂଲ୍ୟରେ ଜିଲା କ୍ରିଡା ସଂସଦ ପକ୍ଷରୁ ବୌଦ୍ଧ ଷ୍ଟାଡିୟମଠାରେ ଚାଲିଥିବା ୬୯ତମ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତାର ଦ୍ୱିତିୟ ଦିନର ଖେଳ ଲଘୁଚାପ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଆଜି ୫ଗୋଟି ମ୍ୟାଚ୍‍ ଅନୁଷ୍ଠିତ ହେବାପରେ ପରବର୍ତ୍ତି ମ୍ୟାଚ୍‍ ପାଇଁ ବର୍ଷା ବାଧକ ହେବାରୁ ପଡିଆକୁ ଘୋଡାଇ ରଖାଯାଇଛି। ବର୍ଷା କମିବା ପରେ ଅନକୂଳ ପାଗ ହେଲେ ରାତିରେ ଫ୍ଲଡଲାଇଟ ସହାୟତାରେ ମଧ୍ୟ ବଳକା ମ୍ୟାଚ ସଂପୁର୍ଣ୍ଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ୫ ଗୋଟି ଯୋଗ୍ୟତା ପର୍ଯ୍ୟାୟ ଲିଗ ମ୍ୟାଚରେ କନ୍ଧମାଳ ୨-୦ରେ ବଲାଙ୍ଗୀରକୁ, କଟକ ୨-୦ରେ ଖୋର୍ଦ୍ଧାକୁ, କିଟ୍‍ ୨-୦ରେ କେନ୍ଦ୍ରାପଡାକୁ ଇଷ୍ଟକୋଷ୍ଟ ରେଲୱେ ୨-୦ରେ ଜଗତସିଂହପୁରକୁ ଓ କନ୍ଧମାଳ ଦଳ ୨-୦ରେ ସମ୍ବଲପୁରକୁ ପରାଜିତ କରିଥିଲା। ଯୋଗ୍ୟତା ପର୍ଯ୍ୟାୟ ଲିଗ ମ୍ୟାଚ ପରେ କିଟ୍‍, ସୁନ୍ଦରଗଡ, ଖୋର୍ଦ୍ଧା, ପାରାଦୀପ ପୋର୍ଟ, କଟକ, ଜଗତସିଂହପୁର ଓ ଇଷ୍ଟକୋଷ୍ଟ ରେଲୱେ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। କେନ୍ଦ୍ରାପଡା ଓ କନ୍ଧମାଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‍ ପରେ ଯେଉଁ ଦଳ ବିଜୟୀ ହେବ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ।

- Advertisement -

ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କ ସହ ପରିଚିତ ହେବା ସହିତ ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ତାରେଣି କୁମାର ମହାପାତ୍ର, ଜିଲା କ୍ରିଡା ସଂସଦର ସମ୍ପାଦକ ରବିନ୍ଦ୍ର କୁମାର ରାଉତ, ଜିଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ମୁଖ୍ୟରେଫରୀ ଭାବରେ ସୁବୋଧ କୁମାର ଜେନା ପରିଚାଳନା କରୁଥିବାବେଳେ ଜାତୀୟ ରେଫରୀ ବିଭୁଧେନ୍ଦ୍ର ମାନସିଂହ, ମାନସ କୁମାର ମିଶ୍ର, ବୀରବର ଭଟ୍ଟ, ରୋସନ କୁମାର ସାହୁ, ସଂଜିବ କୁମାର ପଣ୍ଡା, ଦୀପକ କୁମାର ଭୋଇ, ରୋଜି ପ୍ରଧାନ, ଡି.ଶାନ୍ତିଲତା ରେଡୀ, ହେମନ୍ତ ବିଲୁଙ୍ଗ, ବିଷ୍ଣୁ ଶର୍ମା ସାହୁ ଓ ସ୍ଥାନୀୟ କ୍ରିଡା ଶିକ୍ଷକ ଅମ୍ବରୀଶ ପ୍ରଧାନ, ଅରୁଣ କୁମାର ପୁଟ୍ଟା, ସୁରେନ୍ଦ୍ର ନାଥ ସାହୁ, ଦଶରଥ ଭୋଇ, ମନୋଜ କୁମାର ଗାଇଗୌରିଆ, ମମତା ଦାଶ, ଗାୟତ୍ରୀ ବେହେରା ଓ ବନ୍ଦିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories