www.samajalive.in
Sunday, December 14, 2025
17.1 C
Bhubaneswar

ପିତୃପୁରୁଷ ତିଳତର୍ପଣର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ

ବୌଦ୍ଧ: ପିତୃପକ୍ଷ ଶେଷ ଓ ମହାଳୟା ଅବସରରେ ଗତ ଆଶ୍ୱୀନମାସ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପିତୃଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାନଦୀ ତୀର ଚନ୍ଦ୍ରଚୂଡ ମନ୍ଦିର ପରିସରରେ ତିଳ ତର୍ପଣ କାର୍ଯ୍ୟକ୍ରମର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ସଞୀବ କୁମାର ପଣ୍ଡା, ରଂଜିତ କୁମାର ହୋତା, ଶଶାଙ୍କ ଶେଖର ମିଶ୍ର ଓ ହରି ଶତପଥି, ପୁଜାର୍ଚ୍ଚନା କରିଥିବା ବେଳେ ବ୍ରାହ୍ମଣ ସମାଜ ତରଫରୁ ସଂପାଦକ ଦେବାଶିଷ ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ଷଡଙ୍ଗୀ, ସୂର୍ଯ୍ୟନାରାୟଣ ଶତପଥି, ହରିଶଙ୍କର ବିଶି ପ୍ରମୁଖ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦାନ କରି ନିଜ ନିଜ ପିତୃପୁରୁଷ ଓ ବନ୍ଧୁବାନ୍ଧବମାନଙ୍କୁ ତିଳତର୍ପଣ ପ୍ରଦାନ କରିଥିଲେ। ଶେଷରେ ସାମୁହିକଭାବେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ଶାନ୍ତି ନିମନ୍ତେ ତର୍ପଣ କରାଯାଇଥିଲା। ପୁର୍ଣ୍ଣାହୁତି ଦିବସ ଅବସରରେ ଧବଳେଶ୍ୱର ବଡମାଳୀ, ତୃପ୍ତିରଞ୍ଜନ ଦାନୀ, ବିଜୟ କୁମାର ସାହୁ, ଗଜେନ୍ଦ୍ର କୁମାର ସାହୁ, ସୁମିତା ସାହି ଓ ସଂଯୁକ୍ତା ରାଣୀ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଆସନ୍ତା ବର୍ଷ ଉକ୍ତ କାର୍ଯ୍ୟକ୍ରମକୁ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories