www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ଦୋଳନରତ କୃଷକଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା ପ୍ରତବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବୌଦ୍ଧ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା କଳା କୃଷି ଆଇନକୁ ତୁରନ୍ତ ରଦ୍ଦ କରାଯିବା ଏବଂ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଠାରେ ଅମାନୁଷିକ ଭାବରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା କରିବା ପ୍ରତିବାଦରେ ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଗାନ୍ଧୀଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଏନଏସି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିବା

ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ। ହାତରେ ମଶାଲ,କ୍ୟାଣ୍ଡେଲ ଓ ଦଳୀୟ ପତାକା ଧରି କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯିବା ଘଟଣାର ପ୍ରତିବାଦ କରିବା ସହିତ ଚାଷୀଙ୍କୁ ଗାଡି ଚଢାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ କୃଷକମାରଣ ନିତିକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇ ତୁରନ୍ତ କଳା କୃଷି ଆଇନକୁ ରଦ୍ଦ କରାଯିବାକୁ ମଧ୍ୟ ଦାବି କରାଯାଇଥିଲା। ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଓ ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ,ପଙ୍କଜ କୁମାର କର୍ଣ୍ଣ,ସମରେଶ ମିଶ୍ର,କୁମୁଦ କୁଦେଇ,ଗଣେଶ ଅଗ୍ରୱାଲା,ପ୍ରଦିପ କୁମାର ଦାସ,ଅର୍ଜୁନ ମହାନନ୍ଦିଆ ଓ ତପନ କୁମାର ରାଉତରାୟ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories