www.samajalive.in
Sunday, December 14, 2025
26.1 C
Bhubaneswar

ଅସହାୟ ବାରବୁଲା ବ୍ୟକ୍ତିର ଥଇଥାନ ପାଇଁ ଦାବୀ 1905

ରେଙ୍ଗାଲି: ଗତ କିଛି ମାସ ହେଲା ପ୍ରାୟ ୪୦/୪୫ ବର୍ଷ ବୟସ୍କ ଜଣେ ଅସହାୟ ବ୍ୟକ୍ତି ରେଙ୍ଗାଲି ସହର ଏବଂ ପଣ୍ଡଲୋଇର ଶ୍ୟାମ ମେଟାଲିକ୍ସ କାରଖାନା ଅଞ୍ଚଳରେ ବୁଲାବୁଲି କରି କେତେ ବେଳେ ରାସ୍ତାକଡରେ ଶୋଇଥିବାର ଦେଖିବାକୁ ମିଲୁଛି ତ କେତେ ବେଳେ କେଉଁ ଗଛ ମୂଳରେ ବସି ଥିବାର ଦେଖିବାକୁ ମିଳୁଛି। ଏହି ବ୍ୟକ୍ତିର ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଜଣାପଡିଛି। କେତେକ ସ୍ଥାନୀୟ ଲୋକମାନେ ଏହି ବ୍ୟକ୍ତି ଜଣକ ଗତ ଏକ ବର୍ଷ ହେବ ଏହି ଅଞ୍ଚଳରେ ବୁଲାବୁଲି କରୁଛି ବୋଲି କହୁଥିବା ବେଳେ କିଛି ଲୋକ ୩/୪ ମାସ ହେଲା ଏହି ଅଞ୍ଚଳକୁ ଆସିଛି ବୋଲି କହୁଛନ୍ତି। କୌଣସି ଦୟାଳୁ ବ୍ୟକ୍ତି କିଛି ଖାଇବାକୁ ଦେଲେ ଖାଉଛି ନହେଲେ ଭୋକ ଉପାସରେ ଜୀବନ ଅତିବାହିତ କରୁଥିବା ଏହି ବ୍ୟକ୍ତିର କୌଣସି ଠିକଣା ଜଣା ପଡୁନାହିଁ। ଜିଲ୍ଲା ପ୍ରଶାସନ ଏହି ଅଚିହ୍ନା ବ୍ୟକ୍ତିକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିବା ସହିତ ଥାଇଥାନ କରିବାକୁ ରେଙ୍ଗାଲିର ସ୍ୱେଚ୍ଛାସେବୀ ସଂସ୍ଥା ସ୍ୱାଧିନ ଏକତା ସଙ୍ଗଠନ ଏବଂ ସଚେତନ ନାଗରିକ ମହଲ ପକ୍ଷରୁ ଦାବୀ ହେଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories