www.samajalive.in
Monday, December 15, 2025
17.1 C
Bhubaneswar

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ଆଗରେ ଧାରଣା

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହାତୀଗଡ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନ ଥିବାରୁ ଏହାର ପ୍ରତିବାଦରେ ନାବାଳିକାର ପରିବାର ଲୋକ ଏସପି ଅଫିସ ଆଗରେ ଅନଶନରେ ବସିଥିଲେ। ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଅନଶନରୁ ହଟିବା ପାଇଁ ବୁଝାସୁଝା କରିଥିଲେ।

ଅଭିଯୋଗରୁ ଜଣାଯାଏ ଯେ, ୨୦୨୦ ଅକ୍ଟୋବର ମାସରେ ଜଣେ ନାବାଳିକାକୁ ରମେଶ ପାତ୍ର ଓ ଘାସି ବେହେରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ହରଭଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମକଦ୍ଦମା ରୁଜୁ କରିଥିଲା। ହେଲେ ଅଭିଯୁକ୍ତମାନେ ଗିରଫ ନ ହେବାରୁ ପିଡିତାଙ୍କ ପରିବାର ଉପରେ ଅତ୍ୟାଚାର ଓ ଧମକ ଚମକ ଦେଇ ଭୟଭୀତ କରୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ରାତିରେ ଅଚାନକ ମଦ୍ୟପାନ କରି ପିଡିତାଙ୍କ ଘରକୁ ଆସୁଛନ୍ତି। ବାଉଁଶ ଠେଙ୍ଗା, ଲୁହାରଡ, ଟର୍ଚ୍ଚ ଲାଇଟ ଧରି ଉଗ୍ରରୂପ ଦେଖାଇ ଡରାଉଛନ୍ତି। କେସ ସମାଧାନ ନ କଲେ ଘରପୋଡି ଦେବା, ଆଣ୍ଠୁ ତଳକୁ ବାଡେଇ ଗୋଡ ଭାଙ୍ଗି ଦେବାକୁ ଧମକ ଦେଉଛନ୍ତି।

- Advertisement -

ଅଭିଯୁକ୍ତ ରମେଶ କେତେଜଣ ଯୁବକଙ୍କୁ ରଖି ଅପରାଧିକ କାର୍ଯ୍ୟକଳାପ ଚଳାଉଛି। ସେଥିପାଇଁ କେତେବେଳେ କଣ ଯେ ଘଟାଇବ ସେ ଭୟରେ ପିଡିତାଙ୍କ ପରିବାର ଲୋକ ମାନସିକ ଚାପରେ ଦିନ କାଟୁଛନ୍ତି। ଦିନ ବେଳା ସତର୍କରେ ଘରେ ଓ ରାତିରେ ସାଇ ପଡିଶାଙ୍କ ଅଗଣାରେ, ପିଣ୍ଡାରେ ଶୋଇ ଦିନ କାଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗତ ୩୧.୫.୨୧ ତାରିଖରେ ପିଡିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ମାଡ ମରାଯାଇଥିଲା। ହେଲେ ଅଭିଯୋଗ ପରେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଫଳରେ ସେହିଦିନ ଠାରୁ ଅଭିଯୁକ୍ତ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇ ଆସୁଛନ୍ତି। ମାର୍କେଟକୁ ଯିବାକୁ ଥିବା ଏକମାତ୍ର ରାସ୍ତା ଉପରେ ଚେୟାର ପକାଇ ବସିବା ଫଳରେ ସେମାନେ ବଜାରକୁ ସାମଗ୍ରୀ ଆଣିବା ପାଇଁ ଯାଇପାରୁ ନାହାନ୍ତି। ଫଳରେ ୫ ଛୋଟ ପିଲାଙ୍କ ସମେତ ୯ ଜଣ ପରିବାର ଲୋକ ଅସହାୟ ଅବସ୍ଥାରେ ଦିନ କାଟୁଥିବା ନେଇ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories