www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ସହରକୁ ସୁନ୍ଦର କରିବା ପାଇଁ ଜିଲାପାଳଙ୍କ ପ୍ରୟାସ

ବୌଦ୍ଧ: ବୌଦ୍ଧ ସହରକୁ ସୁନ୍ଦର କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରତିଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି। ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପର୍ଣ୍ଣ ବୌଦ୍ଧ ଜିଲା ନାମିତ ହୋଇଥିବାରୁ ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ରିତ କରାଯାଇଛି। ଜଲାପାଳଙ୍କ ପ୍ରଚେଷ୍ଟାରେ ଚଳିତବର୍ଷ ବୁଦ୍ଧ ପୁର୍ଣ୍ଣିମା ଅବସରରେ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ପାଳିତ ହେବା ସହିତ ଜିଲାପାଳ ଶ୍ରୀମିଶ୍ରଙ୍କ ସୁପାରିଶକ୍ରମେ ରାଜ୍ୟ ସରକାର ଜିଲାବାସୀଙ୍କୁ ବୁଦ୍ଧ ଜୟନ୍ତୀରେ ସ୍ୱତନ୍ତ୍ର ସରକାରୀ ଛୁଟି ଉପହାର ଦେଇଥିଲେ। ଏଥି ସହିତ ଅହିଂସା ଧର୍ମକୁ ପାଳନ କରିବା ପାଇଁ ଜିଲାବାସୀଙ୍କୁ ବୁଦ୍ଧ ଜୟନ୍ତୀରେ ଆମିଷ ତ୍ୟାଗ କରିବାକୁ ଅନୁରୋଧ କରାଯିବା ସହିତ ଘରେ ଘରେ ପିଠାପଣା କରି ଉତ୍ସବ ପାଳନ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା। କିଛିଦିନ ତଳେ ଜିଲାପାଳ ଶ୍ରୀ ମିଶ୍ର ଜିଲା କୋଷାଗାର ନିକଟରେ ଶହେବର୍ଷରୁ ଊର୍ଦ୍ଧ୍ବ ଏକ ଲିମ୍ବ ଗଛରେ ବୁଦ୍ଧ ମୂର୍ତ୍ତି ଆକୃତିର ନକଲ ଅନୁଭବ କରି ଗଛରେ ଥିବା ନକଲଟିକୁ ଚିତ୍ରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ ଉକ୍ତ ଗଛରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଆକୃତିର ଚିତ୍ରିତ କରାଯାଇଥିଲା ଯାହାକୁ ଏବେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଦିନ ବହୁସଂଖ୍ୟାରେ ଲୋକମାନେ ଉକ୍ତ ଲିମ୍ବଗଛର ଫଟୋ ଉଠାଇ ନେଉଥିବାବେଳେ ସେଠାରେ ଏକ ଛୋଟ ସେଲଫି ପଏଣ୍ଟ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିବା ଜଣାପଡିଛି। କିଛିଦିନ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ବୁଦ୍ଧମୂର୍ତ୍ତି ସ୍ଥାପନ କରାଯାଇଥିଲା। ଜିଲାପାଳଙ୍କ ଉଦ୍ୟମ କ୍ରମେ ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୌଦ୍ଧବିହାରର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଇଛି। ଐତିହାସିକ ଗଡଖାଇର ପୁନରୁଦ୍ଧାର ଯୋଜନା ଜିଲାପାଳ ଶ୍ରୀମିଶ୍ରଙ୍କ ଏକ ବଳିଷ୍ଠ ପ୍ରୟାସ ଏବଂ ବୁଦ୍ଧଜିବୀ ମହଲରେ ଏହାକୁ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ବୌଦ୍ଧଜିଲାରେ ପର୍ଯ୍ୟଟନର ଭିତ୍ତିଭୂମି ସୁଦୃଢ ହେବାକୁ ଯାଉଥିବାବେଳେ ଐତିହାସିକ ବୌଦ୍ଧ ସହରକୁ ସମତାଳ ଦେଇ ବିକାଶ ଦିଗରେ ଅଗ୍ରଗାମୀ କରାଇବାରେ ଜିଲାପାଳ ଶ୍ରୀମିଶ୍ରଙ୍କ ଉଦ୍ୟମକୁ ଜିଲାବାସୀ ସର୍ବଦା ମନେ ରଖିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories