www.samajalive.in
Sunday, December 14, 2025
16.1 C
Bhubaneswar

ଗୋରୁ ଵୋଝେଇ ପିକଅପ-ବସ ଧକ୍କା: ୭ଗୋରୁ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଅଘଟଣ।  ସିଙ୍ଗାଣିବିଡା ଠାରେ ଏକ ସରକାରୀ ଯାତ୍ରୀବାହୀ ବସ ସହ ଗୋରୁ ବୋଝେଇ ପିକଅପ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୭ଟି ଗୋରୁ ଗୁରୁତର ହୋଇ ରାସ୍ତା ରେ ପଡି ରହିଥିବା ବେଳେ ଯାତ୍ରୀବାହୀ ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣା ଘଟିବା ପରେ  ଗୋରୁ ବୋଝେଇ ପିକଅପ ଭ୍ୟାନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  ସୂଚନା ମୁତାବକ ପୁରୀ ରୁ ନବରଙ୍ଗପୁର ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ସରକାରୀ ବସ ସିଙ୍ଗାଣିବିଡାଠାରେ ବିପରୀତ ଦିଗରୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପରେ ଥିବା ୨୦ ରୁ ଅଧିକ ଗୋରୁ ଗୁରୁତର ଅବସ୍ଥାରେ ବାହାରକୁ ଛିଟିକି ପଡ଼ିଥିଲେ । ପୁରୁଣା କଟକ ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପ୍ରାଣୀ ଚିକିତ୍ସା ବିଭାଗ ଡାକ୍ତରଙ୍କୁ ଖବର ଦେଇଥିଲେ । ପରେ ହରଭଙ୍ଗା ବ୍ଲକ ର ଏକ ପ୍ରାଣୀ ଚିକିତ୍ସା ଟିମ ଘଟଣାସ୍ଥଳରେ ପହଁଚି ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏବଂ  ସ୍ଥାନୀୟ ସ୍ବେଚ୍ଛାସେବୀ ରାମ ସେନା ଓ ମହାବିନାୟକ ୟୁଥ କ୍ଳବ ର ଯୁବ ଗୋଷ୍ଠୀ ଆସି ଏଥିରେ ସହଯୋଗ କରିଥିଲେ । ପରେ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ସହାୟତା ରେ ଏକ ଗାଡି ଯୋଗେ ଗୁରୁତର ୭ ଟି ଗୋରୁଙ୍କୁ ମଥୁରା ସ୍ଥିତ ଏକ ଗୋପାଳନ କେନ୍ଦ୍ର କୁ ପଠାଇ ଦିଆଯାଇଛି । ଅବଶିଷ୍ଟ ଗୋରୁ ଦୁର୍ଘଟଣା ପରେ କେଉଁ ଆଡ଼େ ଚାଲିଯାଇଥିବା ଜଣା ପଡ଼ିଛି। ତେବେ ଗୋରୁ ଗୁଡିକୁ ବେଆଇନ ଭାବେ ଚାଲାଣ ଉର୍ଦେଶ୍ୟରେ ନିଆଯାଉଥିବାବେଳେ ଏ ଦିଗରେ ସମ୍ପୃକ୍ତ ଗାଡି ମାଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories