www.samajalive.in
Friday, December 5, 2025
20.1 C
Bhubaneswar

ନିଟ୍‌ ମାମଲା: ଆଉ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ୨ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣେ ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ଡାକ୍ତରୀ ଛାତ୍ର ଥିବା ଜଣାପଡ଼ିଛି। ଛାତ୍ର ଦୁଇଜଣ ହେଉଛନ୍ତି ମଙ୍ଗଲମ ବିଶ୍ନୋଇ ଏବଂ ଦୀପେନ୍ଦ୍ର ଶର୍ମା। ଉଭୟେ ଭରତପୁର ମେଡିକାଲ କଲେଜର ଛାତ୍ର। ଏହି ଦୁଇ ଜଣ ଗତ ମେ ୪ ତାରିଖରେ ହଜାରୀବାଗରେ ରହି ନିଟ ପ୍ରଶ୍ନପତ୍ର ସମାଧାନ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଶଶିକାନ୍ତ ପାସଓ୍ବାନ। ପୂର୍ବରୁ ଗିରଫ ହୋଇଥିବା ପଙ୍କକ କୁମାରଙ୍କ ସହଯୋଗ ହେଉଛନ୍ତି ଶଶିକାନ୍ତ। ଏହାବ୍ୟତୀତ ଏହି ୩ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ସଞ୍ଜୀବ ମୁଖିଆର ଘନିଷ୍ଠ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାରେ ସିବିଆଇ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories