www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରକାଶ ପାଇଲା ବୌଦ୍ଧଜିଲାର ପଞ୍ଚାୟତ ସଂରକ୍ଷଣ ତାଲିକା

ବୌଦ୍ଧ : ଗତକାଲି ବିଳମ୍ବିତ ରାତିରେ ବୌଦ୍ଧଜିଲାର ୯ ଗୋଟି ଜିଲା ପରିଷଦ ଜୋନ ଓ ୬୯ ଗୋଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଆପତି ଅଭିଯୋଗ ଶୁଣାଣୀ ପରେ ଆସନ୍ତା ୨୬ ତାରିଖରେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି। ବୌଦ୍ଧଜିଲାର ୯ ଗୋଟି ଜିଲା ପରିଷଦ ଜୋନ ରହିଥିବା ବେଳେ ସେଥିମଧ୍ୟରୁ ୧ ନମ୍ବର ଜିଲା ପରିଷଦ ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ୨ ନମ୍ବର ଜୋନ ଅଣସଂରକ୍ଷିତ ମହିଳା , ୩ ନମ୍ବର ଜୋନ ଅଣସଂରକ୍ଷିତ, ୪ ନମ୍ବର ଜୋନ ପଛୁଆ ବର୍ଗ ମହିଳା, ୫ ନମ୍ବର ଜୋନ ଅସଂରକ୍ଷିତ ମହିଳା , ୬ନମ୍ବର ଜୋନ ଅସଂରକ୍ଷିତ, ୭ ନମ୍ବର ଜୋନ ଅନୁସୂଚିତ ଜାତି ମହିଳା, ୮ ନମ୍ବର ଜୋନ ଅଣସଂରକ୍ଷିତ ଓ ୯ ନମ୍ବର ଜୋନ ଅନୁସୂଚଚିତ ଜାତି ପାଇଁ ସଂରକ୍ଷିତ ରହିଛି।
ବୌଦ୍ଧ ବ୍ଲକ
ଗୁନ୍ଦୁଳିଆ,ବଢିଗାଁ, ମନୁପାଲି,ମୁଣ୍ଡିପଦର,ରକ୍ସା ଗ୍ରାମ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବି ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଅଁଳାପାଲି, ଖୁଣ୍ଟବନ୍ଧ, ବ୍ରାହ୍ମଣୀପ।।ଲି,ମୁଣ୍ଡାପଡା, ମୁର୍ଷୁଣ୍ଡି,ଲକ୍ଷ୍ମୀପ୍ରସାଦ,ତେଲିବନ୍ଧ ଗ୍ରାମ ପଂଚାୟତ ଅଣ ସଂରକ୍ଷିତ ପାଇଁ ରହିଛି। ଆମ୍ବଝରୀ, ଟିକରପଡା ଗ୍ରାମ ପଂଚାୟତ ଅନୁସୂଚିତ ଜନଜ।।ତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କସୁରବନ୍ଧ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ପଦ୍ମମନପୁର, ବହିରା, ଶଗଡା ପଂଚାୟତ ଅନୁସୂଚଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବଘିଆପଡା, ବାଉଁଶୁଣୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଖଲିଆପାଲି,ତାଳସରଡା ପଛୁଆବର୍ଗ ମହିଳାଙ୍କ ପ।।ଇଁ ଓ ଗୋଛାପଡା ପଛୁଆ ବର୍ଗଙ୍କ ପାଇଁ ସଂରରକ୍ଷିତ ରହିଛି।
କଣ୍ଟାମାଳ ବ୍ଲକ
କଣ୍ଟାମାଳ ବ୍ଲକର କୁଲତାଯୋର,ନାରାୟଣ ପ୍ରସାଦ ପଂଚାୟତ ଅନୁସୂଚିତ ଜନଜାତି ମହିଳା, ଖୁଣ୍ଟିଗୋରା, ବରଗାଁ ପଂଚାୟତ ଅନୁସୂଚିତ ଜନଜାତି ପାଇଁ,ଆମ୍ବଗାଁ, ବିଲାସପୁର, ଲମ୍ବସରୀ ପଂଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ, କଣ୍ଟାମାଳ, ସୁଣ୍ଢିପଦର ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ସେହିପରି ଖଲିଆପାଲି ପଂଚାୟତ ପଛୁଆବର୍ଗ ମହିଳାଙ୍କ ପାଇଁ ଯୋଗୀନ୍ଦ୍ରପୁର ପଂଚାୟତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଖମନମୁଣ୍ଡା,ଘଣ୍ଟାପଡା,ଦପଲା, ବରଗୋଚ୍ଛା, ରୁଣ୍ଡିମହୁଲ ପଂଚାୟତ ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ ଉମା, ଖଟଖଟିଆ,ଗୁଡଭେଲିପଦର,ଘିକୁଣ୍ଡି,ପଲସାଗୋରା, ମନମୁଣ୍ଡା,ସିମିଲପଦର ପଂଚାୟତ ଅଣସଂରକ୍ଷିତ ପାଇଁ ସଂରକ୍ଷିତ ହୋଇ ରହିଛି।

ହରଭଙ୍ଗା ବ୍ଲକ
ହରଭଙ୍ଗା ବ୍ଲକର ଆଡଣୀଗଡ, ତଳଗାଁ, ବାଣୀଭୂଷଣପୁର ଗ୍ରାମ ପଂଚାୟତ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଛତ୍ରଙ୍ଗ, ତିଲେଶ୍ୱର,ହରଭଙ୍ଗା ପଂଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି କରଂଜକଟା, ଲୁଣିବାହାଲ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ମହାଲିକପଡା ପଂଚାୟତ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ରାଧାନଗର ପଂଚାୟତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପିତାମ୍ବରପୁର ପଂଚାୟତ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କୁଶଙ୍ଗ, ବାମଣ୍ଡା, ମଥୁରା, ସାମ୍ପୋଚ, ପୁରୁଣାକଟକ ଗ୍ରାମ ପଂଚାୟତ ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ ଧଳପୁର, ବନ୍ଧାପଥର, ରାମଗଡ,ସଙ୍କୁଲେଇ,ସରସରା ବିରନରସିଂହପୁର ଗ୍ରାମ ପଂଚାୟତ ଅସଂରକ୍ଷିତ ରଖାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories