www.samajalive.in
Monday, December 15, 2025
15.1 C
Bhubaneswar

ମମିତା ମେହର ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ବୌଦ୍ଧଜିଲା ବନ୍ଦ

ବୌଦ୍ଧ: କଳାହାଣ୍ଣି ଜିଲା ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାର ସବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହେଉଥିବା ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ୍‍ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ବୌଦ୍ଧଜିଲା ବିଜେପି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ବୌଦ୍ଧଜିଲା ବନ୍ଦ ଡାକରା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଜିଲାର ସମସ୍ତ ମଣ୍ଡଳରେ ଥିବା ଥାନା ଫାଣ୍ଡି ଗୁଡିକରେ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀମିଶ୍ରଙ୍କ ବିରୋଧରେ ବିଜେପି ପକ୍ଷରୁ ଏତାଲା ପ୍ରଦାନ କରାଯାଇଛି। ଶୁକ୍ରବାର ଜିଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ତମାମ କଡାକଡି ଭାବରେ ବନ୍ଦ ପାଳନ କରିବା ନେଇ ହୋଇଥିବା ପ୍ରସ୍ତୁତି ସଂପର୍କରେ ସୂଚନା ଦିଆଯାଇଛି।

ବନ୍ଦ ପାଳନକୁ ଜିଲାରେ ସଫଳ କରିବା ପାଇଁ ବିଭିନ୍ନ ପଦାଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବୌଦ୍ଧ ସହରରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି,ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ଓ ଉପସଭାନେତ୍ରୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ବନ୍ଦ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ କଣ୍ଟାମାଳ ବ୍ଲକରେ ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ କହ୍ନାଇଁ ଚରଣ ଡାଙ୍ଗ ଓ ହରଭଙ୍ଗା ବ୍ଲକରେ ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ବନ୍ଦ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଏହାବ୍ୟତୀତ ସମସ୍ତ ମଣ୍ଡଳ ସଭାପତି,ବିଭିନ୍ନ ମୋର୍ଚ୍ଚାର ସଭାପତି ଓ ଦଳୀୟ କାର୍ଯ୍ୟକର୍ତ୍ତା ନିଜ ନିଜ ଅଞ୍ଚଳରେ ବନ୍ଦ ସଫଳ କରାଇବାକୁ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବନ୍ଦ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ମହିଳାଙ୍କୁ ସାମିଲ କରାଇବାକୁ ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି।

- Advertisement -

ଜଣେ ନିରିହ ଝିଅକୁ ଅମାନୁଷିକ ଭାବରେ ହତ୍ୟା କରାଯାଇଥିବାବେଳେ ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଜିଲାବାସୀ ଏହି ବନ୍ଦ ପାଳନକୁ ସମର୍ଥନ କରିବା ପାଇଁ ଜିଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଭାପତି ଶ୍ରୀମହାନ୍ତି ନିବେଦନ କରିଛନ୍ତିି। ବନ୍ଦ ପାଳନ ସମୟରେ କୌଣସି ଜରୂରୀ ସେବାକୁ ବ୍ୟାଘାତ କରାଯିବନାହିଁ ଏବଂ ସଂପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ ବୋଲି ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ,ଜିଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ୍‍ ଓ ନମିତାରାଣୀ ଦାଶ ଓ ରାଜ୍ୟ ସଂଯୋଜକ ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories