ଆଠଗଡ: ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ରୁ ଚାଲିଥିବା ୧ମାସ ବ୍ୟାପି ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଶେଷ ପର୍ଯ୍ୟାୟରେ ଶୁକ୍ରବାର ଧାଇପୁର ପଞ୍ଚାୟତରେ ସଫେଇ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧାଇପୁର ଓ ଗଦାଧରପୁରଗ୍ରାମରେ ଥିବା ବିଦ୍ୟାଳୟ, ମନ୍ଦିର, କୋଠଘର ଓ ରାସ୍ତାଘାଟ ବିଜୁ ଜନତା ଦଳର କର୍ମୀମାନେ ସଫେଇ କରିବା ସହ ସ୍ୱଚ୍ଛତା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ସ୍ୱଚ୍ଛତା ବା ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକତା ଏବଂ ଏହା ଆମ ଶରୀର ଓ ଜୀବନ ଉପରେ କିଭଳି ସକରାତ୍ମକ ପ୍ରଭାବ ପକାଉଛି ସେ ସଂପର୍କରେ ଆଲୋକପାତ କରିଥିଲେ।
ଏଥିରେ ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ଚରଣ ମହାପାତ୍ର, ଦଳର ପର୍ଯ୍ୟବେକ୍ଷକ ଦେବରାଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଶ୍ରମିକ ନେତା ଅଶୋକ ରାଉତ, କୃଷକନେତା ନିରାକାର ଲେଙ୍କା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ରଞ୍ଜନ କୁମାର ଜେନା, ପ୍ରଶାନ୍ତ କୁମାର ସାହୁ, ଶଶଧର ସାହୁ, ଧରଣୀଧର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧାଇପୁର ବିଜେଡି ସଭାପତି ଉଦ୍ଧବ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।



