ଭାରସାମ୍ୟ ହରାଇ କୂଅକୁ ଖସିଲା ବୋଲେରୋ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ମୁଦି ସାହି ନିକଟରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା କୂଅ ଭିତରକୁ ଗଳି ପଡ଼ିଥିଲା। ଦୁର୍ଘଟଣାରେ ଅଳ୍ପକେ ଏହାର ଚାଳକ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଡୁମୁରିଆରୁ ଘାଟବାଲିଯୋଡି ଗ୍ରାମକୁ ଦୃତଗତିରେ ଯାଉଥିବାବେଳେ ଘାଟବାଲିଯୋଡି ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।‌ ଖବର ପାଇ ପାଟଣା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ସ୍ଥାନୀୟ ଲୋକେ କୂଅ ଭିତରୁ ଚାଳକକୁ ଉଦ୍ଧାର କରିଛନ୍ତି। ତେବେ ଚାଳକ ଜଣଙ୍କ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବିଭାଗ କୂଅ ଭିତରେ ପଶି ବୋଲେରୋରେ କେହି ନଥିବାର ଜାଣିବା ପରେ ଫେରି ଯାଇଛନ୍ତି।

 

Comments are closed.