www.samajalive.in
Monday, December 15, 2025
17.1 C
Bhubaneswar

ନିଜ ଗାଁ ରାସ୍ତା ତିଆରି କଲେ ଖଲିପଥର ଗ୍ରାମବାସୀ

ବଲାଙ୍ଗିର: ରାସ୍ତା ପାଇଁ ହନ୍ତସନ୍ତ ହେଉଥିଲେ। ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏଁ ଗୁହାରୀ କରିଥିଲେ। ହେଲେ କେହି ଶୁଣିନଥିଲେ। ଶେଷରେ ସମସ୍ତେ ଏକଜୁଟ ହେଲେ। ଗ୍ରାମବାସୀ ମିଳିତ ଭାବେ ନିଜସ୍ୱ ପାଣ୍ଠି ସୃଷ୍ଟି କଲେ। ଆଉ ଶେଷରେ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି। ପ୍ରଶାସନ ତଥା ନେତାମାନଙ୍କ ପାଇଁ ଏହା ଉଦାହରଣ ସଦୃଶ ହୋଇଥିବା ବର୍ତ୍ତମାନ ଆଲୋଚନା ହେଉଛି।

ଏଭଳି କିଛି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ବଲାଙ୍ଗିର ଜିଲା ବେଲପଡା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ ଖଲିପଥର ଗ୍ରାମ ବାସିନ୍ଦା। ବର୍ତ୍ତମାନ ଗାଁ ଲୋକଙ୍କ କାମକୁ ନେଇ ଚାରି ଆଡେ ଚର୍ଚ୍ଚା। ଖଲିପଥର ଗାଁରେ ଟାଙ୍ଗରପଡା। ପ୍ରାୟ ୬୦ ପରିବାର ଏଠି ବସବାସ କରୁଛନ୍ତି। ଖଲିପଥରରୁ ଟାଙ୍ଗରପଡାକୁ ଯିବା ପାଇଁ ପ୍ରାୟ ୧ କିମି ଦୂର ପଡେ। ଯେଉଁ ରାସ୍ତା ଅଛି ତାହା ନାଳ,ନର୍ଦ୍ଦମା,ଖାଲ, କାଦୁଅ ପଚ୍‍ ପଚ୍‍। ବର୍ଷା ଦିନେ ରାସ୍ତାର ଅବସ୍ଥା ଦୟନୀୟ ହୋଇଯାଏ। ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କରିଥିଲେ। ସବୁଦିନିଆ ରାସ୍ତା ପାଇଁ କେହି କର୍ଣ୍ଣପାତ କରିନଥିଲେ। ଅସହ୍ୟ ହେବାରୁ ଶେଷରେ ମରୁମ ମାଟି ଆଣି ପକେଇଛନ୍ତି। ଯଦି ସବୁଦିନିଆ ପାଇଁ ରାସ୍ତା ସରକାର ଶୀଘ୍ର ପଦକ୍ଷେପ ନେବାକୁ ଗୁଣନିଧି ବର୍ଗେ, ରାଜ କିଶୋର ବର୍ଗେ, ଜୟ ମେହେର ଦାବି କରିଛନ୍ତି। ରାସ୍ତା ମରାମତି କାର୍ଯ୍ୟରେ ଭୀଷ୍ମ କଠାର, ନୃପ ବାଗ, ସଦାନନ୍ଦ ବାଗ, ବାଳକୃଷ୍ଣ ବାଗ, ଜିତୁ ବାଗ, ଶୋଭାବବନ ବାଗ, ମୁକୁନ୍ଦ ବାଗ, ବିଦ୍ୟା କଠାର, ମିତ୍ର ବର୍ଗେ, ତରଣୀ ବାଗ, ମାଧବ ବାଗ, ନବୀନ ବାଗ, ଉସତ ବାଗ, ପ୍ରଦୀପ ବାଗ, ସୁନୀଲ ବାଗ ପ୍ରମୁଖ ଭାଗ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories