www.samajalive.in
Sunday, December 14, 2025
18.1 C
Bhubaneswar

କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ଠାରେ ଫେରାଦ୍‍ ହେଲେ ଆଇନଜୀବୀ ଗୋଷ୍ଠୀ

ବଲାଙ୍ଗିର: ବଲାଙ୍ଗିର ଦୈନିକ ବଜାରରେ ଗଲା ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଥିଲା। ହେଲେ ଘଟଣାକୁ ଟାଉନ ଥାନା ପୁଲିସ ହାଲୁକା ଭାବେ ନେଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଏସପିଙ୍କ ଠାରେ ଫେରାଦ ହୋଇଛନ୍ତି ସହରର କିଛି ଓକିଲ। ବଲାଙ୍ଗିରର ବରିଷ୍ଠ ଓକିଲ ପ୍ରବୀଣ ମିଶ୍ରଙ୍କ ନେତୃତ୍ୱରେ ଏସପି ନୀତିନ କୁଶଲକରଙ୍କୁ ଭେଟି ଦାବିପତ୍ର ଦେବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ପ୍ରତିନିଧି ମଣ୍ଡଳୀ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୈନିକ ବଜାରରେ ପାର୍ଥ ପ୍ରତୀମ ମିଶ୍ର ନାମକ ବ୍ୟକ୍ତି ଟାଙ୍ଗିଆ ଧରି ବ୍ୟବସାୟୀ ତଥା ଶ୍ରମିକମାନଙ୍କୁ ଆକ୍ରମଣ କରିଥିଲେ। ଏପରିକି ଗୋଦାମରେ ଟାଙ୍ଗିଆ ଚୋଟ ମାରି ଭଙ୍ଗାରୁଜା କରିଥିଲେ। ଉକ୍ତ ବ୍ୟକ୍ତିଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହେଲା। ହେଲେ ଦଫା ୩୦୭ ଲଗେଇବା ପରିବର୍ତ୍ତେ କୋହଳ ଦଫା ଲଗାଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ ଉଚିତ୍‍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ଅପରାଧୀଙ୍କ ବିରୋଧରେ ଉଚିତ୍‍ କାର୍ଯ୍ୟାନୁଷ୍ଠାନ ନହେଲେ ସହରରେ ଅପରାଧ ବଢିବ ବୋଲି କହିଥିଲେ।

- Advertisement -

ଆଲୋଚନା ପରେ ଏସପି ଏ ଦିଗରେ ଉଚିତ୍‍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଓକିଲ ଓଁକାର ନାୟକ, ସଞ୍ଜୀବ କୁମାର ନାଥ, ନିଲାଦ୍ରୀ ବିହାରୀ ସିଂ, ସତ୍ୟ ନାରାୟଣ ନାୟକ, ଶୁଭ୍ରାଂଶୁ ପଣ୍ଡା, ମହେନ୍ଦ୍ର ବାଗଙ୍କ ସମେତ ଓକିଲମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସିଆରପିସି ୪୧ରେ ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ବେଳେ ଟାଣୁଆ ନେତାଙ୍କ ନିଜ ପରିବାରର ଲୋକ ବୋଲି ଟାଉନ ଥାନା ପୁଲିସ ଉଚିତ୍‍ ଦଫା ଲଗେଇବା ପାଇଁ ଭୟ କରୁଥିବା ଚର୍ଚ୍ଚା ଯୋର ଧରିଛି। ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ନେଇ ବିଭାଗୀୟ ସ୍ତରରେ ମଧ୍ୟ ନେତାଙ୍କ ନିଜ ଲୋକ ବୋଲି ଅଲୋଚନା ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories