www.samajalive.in
Monday, December 15, 2025
15.1 C
Bhubaneswar

ମୃତ୍ୟୁରୁ ବର୍ତ୍ତିଗଲେ, କଟିଲା ହାତ – ଆତ୍ମହତ୍ୟା ଉଦ୍ୟମ କରି ଟ୍ରେନ ଆଗକୁ ଡେଇଁ ପଡିଲେ ଯୁବକ

ବଲାଙ୍ଗିର :ଶୁକ୍ରବାର ରାତିରେ ଲୋଇସିଂହା ବୁର୍ଡା ରେଳ ଫାଟକ ନିକଟରେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ଅଳ୍ପକେ ସେ ବର୍ତ୍ତି ଯାଇଛନ୍ତି । ହେଲେ ତାଙ୍କ ଡାହାଣ ହାତ କଟିଯାଇଛି । ବଲାଙ୍ଗିରରୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ ଯୁବକ ଜଣକ କାହିଁକି ଟ୍ରେନ ସାମ୍ନାକୁ ଡେଇଁବାକୁ ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ବଲାଙ୍ଗିର ଆର୍‌ପିଏଫ୍‌ ଏହାର ଯାଞ୍ଚ କରୁଛି ।

ସୋନପୁର ଜିଲା ଲଚ୍ଛିପୁର ପଞ୍ଚାୟତର ଗୁଡାଡେରା ଗାଁର ଚନ୍ଦ୍ରଭାନୁ ଭୋଇ ନାମକ ଯୁବକ ତାଲିମନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ଶୁକ୍ରବାର ରାତିରେ ସେ ଟ୍ରେନ୍‌ ଯୋଗେ ବଲାଙ୍ଗିର ଷ୍ଟେସନରେ ଆସି ପହଞ୍ଚିଥିଲେ । ତାଙ୍କୁ ୨ଜଣ ସାଙ୍ଗ ବଲାଙ୍ଗିର ଷ୍ଟେସନରେ ଅପେକ୍ଷା କରିଥିଲେ । ବାଇକ୍‌ରେ ୩ଜଣ ବସି ଗାଁକୁ ଯାଉଥିଲେ । ଲୋଇସିଂହା ବୁର୍ଡା ରେଳ ଫାଟକ ପଡିଥିଲା । ଏକ ଯାତ୍ରୀବାହୀ ଟ୍ରେନ ଯାଉଥିବା ବେଳେ ବାଇକ୍‌ରୁ ଚନ୍ଦ୍ରଭାନୁ ଓହ୍ଲାଇ ଟ୍ରେନ ସମ୍ମୁଖକୁ ଡେଇଁ ପଡିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିଥିଲେ । ତାଙ୍କ ଡାହାଣ ହାତ କଟି ଯାଇଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଗୁରୁତର ଚନ୍ଦ୍ରଭାନୁକୁ ଉଦ୍ଧାର କରାଯିବା ସହ କଟା ହାତକୁ ନେଇ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା ।

- Advertisement -

ଅବସ୍ଥା ଗୁରୁତର ଥିବାରୁ ରାତିରେ ହିଁ ଗୁରୁତର ଚନ୍ଦ୍ରଭାନୁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କାଳେ କଟା ହାତ ଯୋଡା ଯାଇପାରିବ ସେଥିପାଇଁ ହାତକୁ ନେଇ ଯାଇଛନ୍ତି ସଂପର୍କୀୟ । ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ କଟା ହାତ ଯୋଡା ହୋଇପାରିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ । ବଲାଙ୍ଗିର ଆର୍‌ପିଏଫ୍‌ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତି ଓ କାହିଁକି ଘରକୁ ଫେରୁଥିବା ଚନ୍ଦ୍ରଭାନୁ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories