www.samajalive.in
Sunday, December 14, 2025
23.1 C
Bhubaneswar

ଓଡିଶା ମୋ ପରିବାରର ଆନ୍ତରିକତାରୁ ଫେରିଲା ମୃତ ଦେହ

ମୋହନା: କେରଳରେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ମୃତକ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର ସନ୍ତୋଷ ସଭାନାୟକ। ଗତ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଓଡିଶା ମୋ ପରିବାର ସହାୟତାରେ ଦୁର୍ଘଟଣାର ୯ ଦିନ ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ ଦେହ ପହଞ୍ଚିଛି ଚନ୍ଦ୍ରଗିରିରେ। ମୃତ ଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ, ସାଂସଦ ପ୍ରତିନିଧି ଭାସ୍କର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ନର୍ମଦା ଦଳାଇ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆର ସିଂ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

- Advertisement -

ମିଳିଥିବା ସୂଚନା ପ୍ରକାରେ ଚନ୍ଦ୍ରଗିରିର ସନ୍ତୋଷ ପ୍ରାୟ ୧୫ ବର୍ଷ ହେଲା କେରଳରେ ଦାଦନ ଖଟି ପରିବାର ଚଳାଉଥିଲେ। ତେବେ ସେ ଗାଁକୁ ଆସି ପୁଣି ଗତ ୧ ତାରିଖରେ କେରଳ ଯାଇଥିଲେ। ସେଠାରେ ଏକ ହୋଟେଲରେ କାମ କରୁଥିଲେ। ତେବେ ଗତ ୫ ତାରିଖରେ ସନ୍ତୋଷଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ କେରଳ ପୁଲିସ ପକ୍ଷରୁ ତାଙ୍କ ପରିବାର ପାଖକୁ ଖବର ଆସିଥିଲା ବୋଲି ତାଙ୍କ ଭାଇ ଅକ୍ଷୟ କହିଛନ୍ତି। ତାଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ମୃତ ଦେହ କିଭଳି ଘରେ ପହଞ୍ଚିବ ସେଥିପାଇଁ ପରିବାର ଲୋକେ ଚିନ୍ତାରେ ଥିଲେ। ଏହି ଖବର ପରିବାର ଲୋକେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀଙ୍କୁ ଜଣାଇବା ପରେ ସେ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ତାଙ୍କର ପ୍ରଚେଷ୍ଟାରେ ଓଡିଶା ମୋ ପରିବାର ସହାୟତାରେ ମୃତ ଦେହ କେରଳରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶୁକ୍ରବାର ସନ୍ଧ୍ୟାରେ ମୃତ ଦେହ ପହଞ୍ଚିଥିଲା ଚନ୍ଦ୍ରଗିରିରେ ଓ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories