www.samajalive.in
Sunday, December 14, 2025
23.1 C
Bhubaneswar

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଏନ୍‍ଡିଆର୍‍ଏଫ୍‍ର ପ୍ରଶିକ୍ଷଣ ଶିବିର

ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନ୍‍ଡିଆର୍‍ଏଫ୍‍) ତୃତୀୟ ବାଟାଲିଆନ୍‍ ମୁଣ୍ଡୁଳି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏନ୍‍ଏସ୍‍ଏସ୍‍ ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଜିଲା ଆବାହକ ପ୍ରାଧ୍ୟାପକ ମଦନ ମୋହନ ପ୍ରଧାନ ପରିଚାଳନା କରିବା ସହ ଅତିଥି ପରିଚୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲେଫଟେନେଣ୍ଟ କର୍ଣ୍ଣେଲ୍‍ କେଦାରନାଥ ସାହୁ, ଡ.ବଳଭଦ୍ର ଦାଶ, ଡ.ସଞ୍ଚୟ କୁମାର ସିଂ, ବଲାଙ୍ଗିର ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରାମର୍ଶଦାତା ବିକାଶ ରଞ୍ଜନ କର ଉପସ୍ଥିତ ଥିଲେ। ଇନ୍ସପେକ୍ଟର ବିଶ୍ୱନାଥ ଚୌଧୁରୀ ଏନ୍‍ଡିଆର୍‍ଏଫ୍‍ର ଭୂମିକା ଓ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏସ୍‍ଆଇ ଏନ୍‍.ପ୍ରସାଦ ଭୂମିକମ୍ପ ସମୟରେ କିପରି ସୁରକ୍ଷିତ ରହିବା ଓ ଅନ୍ୟକୁ ଉଦ୍ଧାର କରିପାରିବା ସେହି ଉପରେ କହିଥିଲେ। ସିଟି ମଧୁସୂଦନ ବାରିକ, ସିଟି ବିଜୟ କୁମାର ଦାଶ ଓ ତାଙ୍କ ସହଯୋଗୀମାନେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।

ଏହି ଶିବିରରେ ଏନ୍‍ସିସି, ରେଡକ୍ରସ, ଏନ୍‍ଏସ୍‍ଏସ୍‍ର ସ୍ୱେଚ୍ଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଉମାବଲ୍ଲଭ ମହାପାତ୍ର, କୁଳସଚିବ ଯୁଧିଷ୍ଟିର ନାୟକ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଉପ କୁଳସଚିବ ପ୍ରାଧ୍ୟାପକ ବିଶ୍ୱଜିତ ବେହେରା ଧନ୍ୟବାଦ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories