ମେଷ: ସମ୍ମାନିତ ହେବେ। ଶୁଭଖବର ମିଳିବ। ଚିତ୍ତପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ପରୋପକାରୀ ହେବେ। ସମସ୍ୟା ସତ୍ତ୍ବେ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ମିଥୁନ: ପ୍ରମଦାପ୍ରିୟ ହୋଇପାରନ୍ତି। ସର୍ବସୁଖର ଅଧିକାରୀ ହେବେ; ମାତ୍ର ଭ୍ରମଣ ଦୁଃଖ ଦାୟକ ହୋଇପାରେ। ପ୍ରିୟଭାଷୀ ହେବେ। ଅଷ୍ଟମ ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ପବିତ୍ର ଭାବନା ନେଇ କର୍ମ ତତ୍ପର ରହିବେ। ପ୍ରୀତି ଲାଭକରିପାରନ୍ତି। ପାରିବାରିକ ସୁଖ ମିଳିବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ଯ୍ୟ କରଣୀୟ।
ସିଂହ: ଶତ୍ରୁ ବିନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କନ୍ୟା: କଷ୍ଟରୁ ମୁକ୍ତି ମିଳିବ। ପ୍ରଶଂସିତ ହେବେ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ।
ତୁଳା: ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଦେବାର୍ଚ୍ଚନାର ସୁଯୋଗ ପାଇ ଖୁସି ହେବେ। ପରିଶ୍ରମ କଷ୍ଟଦାୟକ ହେଲେ ବି, ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ବାସଗୃହ ପ୍ରଦୂଷଣମୁକ୍ତ ରହିବ।
ବିଛା: କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭକରିପାରନ୍ତି। ସୌଭାଗ୍ୟ ବୃଦ୍ଧି ସହ ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ଧନୁ: କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନ ଶଙ୍କାକୁଳ ହୋଇପାରେ। ଆୟ ଊଣା ହେବନାହିଁ। ଶ୍ରଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ।
ମକର: ରୋଜଗାରକ୍ଷମ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ନୂଆ ବନ୍ଧୁ ଜୁଟିବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ବୃଦ୍ଧି ହେବ।
କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ ବୃଦ୍ଧି ହେବାର ସୂଚନା ମିଳୁଛି। ମଧୁର ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ଅତିଥି ସତ୍କାର ବ୍ୟୟ ବହୁଳ ହେବ।
ମୀନ: ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ।
ଶନିବାର ରାଶିଫଳ ୨୩.୦୪.୨୦୨୨
Popular Categories



