www.samajalive.in
Sunday, December 14, 2025
16.1 C
Bhubaneswar

ଟେଣ୍ଟ ମାଲିକଙ୍କୁ ହତ୍ୟା; ଲାଗି ରହିଛି ଉତ୍ତେଜନା

ପୁରୀ/ଗୋପ: ବିବାହ ଶୋଭାଯାତ୍ରାରେ ଟେଣ୍ଟ ମାଲିକଙ୍କୁ କଟୁରୀରେ ହାଣି ହତ୍ୟା ଘଟଣାରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ଏବେ ବି ଉତ୍ତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ବେଗୁନିଆ ଛକରେ ଉତ୍ତ୍ୟକ୍ତ ଲୋକ ମାନେ ରାସ୍ତାରୋକ କରିଥିବା ବେଳେ ରାସ୍ତା ଉପରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଗୋପ ଥାନା ଅଧିନ ବେଦପୁର ପଞ୍ଚାୟତ ସ୍ଥିତ ବାଳିକନ୍ଦଳ ଗ୍ରାମରେ ବାହାଘର ରୋଷଣୀରେ ଯାଉଥିବା ଡିଜେ ଗାଡିରେ ଟେଣ୍ଡ କପଡା ଲାଗିଯାଇ ଚିରିଯାଇଥିଲା । ପରେ ଏହାକୁ ନେଇ ବଚସା ହୋଇଥିଲା । ବଚସା ଉଗ୍ରରୂପ ଧାରଣ କରିବାରୁ ଟେଣ୍ଡ ହାଉସ ମାଲିକଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଡିଜେ ଗାଡି ଚଢାଇ ଦେଇ ଡ୍ରାଇଭର, ଡିଜେ ମାଲିକ ଫେରାର ହୋଇଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କନ୍ୟାଘର ନିକଟରେ ମୃତ ବ୍ୟକ୍ତିଙ୍କ ଗ୍ରାମବାସୀ ହୋହଲା କରିଥିବା ବେଳେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରାଯାଇଥିଲା । ଏହି ଘଟଣାକୁ ନେଇ ଜଣଙ୍କୁ ଗୋପ ପୁଲିସ ଅଟକ ରଖିଥିବା ଜଣାପଡିଛି ।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories