www.samajalive.in
Sunday, December 14, 2025
17.1 C
Bhubaneswar

ମଣ୍ଡି ବୁଲିଲା କିଶାନ କଂଗ୍ରେସ, ମିଲ ମାଲିକଙ୍କ ଇଚ୍ଛାରେ ଚାଲିଛି ଧାନକିଣା

ବଲାଙ୍ଗିର; ଜିଲାସ୍ତରୀୟ ଧାନକିଣା ପ୍ରସ୍ତୁତି ବୈଠକରେ ଗତ ନଭେମ୍ବର ୨୯ ତାରିଖ ଦିନ ମଣ୍ଡିରେ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବଲାଙ୍ଗିର ଜିଲାରେ ଆଜି କିଶାନ କଂଗ୍ରେସ ମଣ୍ଡି ପରିଦର୍ଶନ ସ୍ଥିତିରୁ ଜଣାପଡୁଛି ଯେ ଧାନ କିଣା ପ୍ରସ୍ତୁତି ବୈଠକ ଏକ ପ୍ରହସନ ଥିଲା। ଯାହା କିଛି ବି ନିଷ୍ପତ୍ତି ହୋଇଥିଲା କୌ÷ଣସି ଗୋଟିଏ ବି ଦିଗ ପ୍ରତି ସରକାରଙ୍କ ନା ଜିଲା ପ୍ରଶାସନ ଧ୍ୟାନ ଦେଇଛନ୍ତି। ଏଠି ମିଲ ମାଲିକଙ୍କ ଦୟାରେ ଧାନକିଣା ହେଉଥିବା ଦେଖାଯାଉଛି। ଶନିବାର ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କିଶାନ ସେଲର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କ୍ଷୋଭର ସହ ଏହା କହିଛନ୍ତି।

ସରକାରଙ୍କ ମୁତାବକ ଧାନ କ୍ରୟ କେନ୍ଦ୍ରରେ ଚାଷୀଙ୍କୁ ଯାହା କିଛି ସୁବିଧା ସୁଯୋଗ ଦେବା କଥା ମଣ୍ଡି ଗୁଡିକରେ ଏଭଳିଆ ଲୌଣସି ବ୍ୟବସ୍ଥା ହୋଇନାହିଁ। ଦୁର୍ନୀତି କଥା ଯଦି ଚିନ୍ତା କରାଯାଏ ଧାନକିଣା ଦୁର୍ନୀତି ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର ଅଖା ଦୁର୍ନୀତି ହୋଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ତଥା ପ୍ରବକ୍ତା ସମରେନ୍ଦ୍ର ମିଶ୍ର କହିଛନ୍ତି। ବିଧାୟକ ନରସିଂହ ମିଶ୍ର ବାରମ୍ବାର ବିଭିନ୍ନ ମଣ୍ଡିକୁ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ ଚାଷୀ ଯେପରି ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି ପାରିପାରିବ ସେ ଉପରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଉଛନ୍ତି। ଚାଷୀଙ୍କୁ ମିଲ୍‍ ମାଲିକ ଅଖାର ଦେୟ ଦେଉନାହାନ୍ତି କିମ୍ବା ଅଖା ଫେରାଉ ନାହାନ୍ତି କହିଛନ୍ତି ସମରେନ୍ଦ୍ର। ଜିଲାସ୍ତରୀୟ ଧାନକିଣା କମିଟିର ବୈଠକର ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ମଣ୍ଡିରେ ସିସି ଟିଭି କ୍ୟାମେରା ଲାଗିବା କଥା। ମିଲ୍‍ ମାଲିକ କିମ୍ବା ତାଙ୍କର କୌ÷ଣସି ପ୍ରତିନିଧି ଧାନ କିଣା ଜାଗାରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଦୁଃଖର କଥା ମିଲ୍‍ ମାଲିକଙ୍କ ଦୟାରେ ହିଁ ଧାନ କିଣା ହେଉଛି।

- Advertisement -

ଏହି ଅସାଧୁ ମେଣ୍ଟକୁ ଲୁଚାଇବା ପାଇଁ ଧାନ କିଣା କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ବିଭାଗୀୟ ଅଧିକାରୀମାନେ ଅକାମି କରି ରଖୁଛନ୍ତି ବୋଲି ସମରେନ୍ଦ୍ର କହିଛନ୍ତି। ଯଦି ପାଣିପାଗ ବିଶେଷଜ୍ଞ କଥା ସତ ହୁଏ ଆସନ୍ତା ଦୁଇ ଦିନ ଭିତରେ ମଣ୍ଡିରୁ ସମସ୍ତ ଧାନ ନ ଉଠିଲେ ଚାଷୀ ପାଇଁ ବିରାଟ ସମସ୍ୟା ସୃଷ୍ଟି ହେବ ବୋଲି ଜିଲା ସଭାପତି ଦିଲୀପ ବେହେରା ନିଜ ବକ୍ତବ୍ୟରେ କହିଥିଲେ। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟ କିଶାନ ସେଲର ପ୍ରତିନିଧି ଦଳ ଯୋଗିସର୍ଡା, ଲୋଇସିଂହା, ଦେଓଗାଁ, କୁତୁର୍ଲା ଏବଂ ଚୁଡାପାଲି ମଣ୍ଡି ପରିଦର୍ଶନ କରିବା ସହ ଧାନ କିଣା ସ୍ଥିତି ପରଖିଥିଲେ। ଏହି ପ୍ରତିନିଧି ଦଳ ସହିତ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ରାଜ୍ୟ କିଶାନ ସେଲ ଉପସଭାପତି ସୌମେନ୍ଦ୍ର ପରିଚ୍ଛା(ଚଗଲା), ସଂପାଦକ ସରୋଜ ରଥ, ଜିଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଲଲିତ ପଟେଲ, ଗଗନ ନାଥ, କାନ୍ତେଶ୍ୱର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories