www.samajalive.in
Saturday, December 6, 2025
23.1 C
Bhubaneswar

ବିରତ୍ୱର ଗାଥା କହୁଛି ଭୀମ ପାହାଡ଼ – ସ୍ୱାସ୍ଥ୍ୟ ମନ୍ତ୍ରୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଦଶମ ଭୀମପାହାଡ଼ ମହୋତ୍ସବର ଶନିବାର ଥିଲା ଦ୍ବିତୀୟ ସନ୍ଧ୍ୟା। ରାତି ସାଢେ଼ ୧୦ଟାରେ ଅନୁଷ୍ଠିତ ହୋଇଥିବା ରାଜ ଦରବାରର ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଭୀମ ପାହାଡ଼ ମାଟି ଗୋଟିଏ ବିରତ୍ଵ ମାଟି, ଏହି ମାଟିରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଇଂରେଜମାନଙ୍କ ସହ ଲଢେ଼ଇ କରି ଭୀମପାହାଡ଼ରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ବୋଲି କହିଥିଲେ।

ଏହାର ଇତିହାସର ସୁରକ୍ଷା କରି ପର୍ଯ୍ୟଟନ ସ୍ଥଳୀ ର ବିକାଶ କରା ହେବ ସ୍ବାସ୍ଥ୍ୟ ଓ ସାମାଜିକ କ୍ଷେତ୍ର ରେ ବିପ୍ଳବ ଆଣି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରାଯିବ ବୋଲି କହିଥିଲେ। ଏହି ଅବସରରେ ପାଟଖଣ୍ଡା ମହୋତ୍ସବ କମିଟି, ଗୌଡ଼ଗୋଠ ଓ ଡାକ୍ତର ଆଲିଶା ମେହେର, ଡା ଲଲାଟେନ୍ଦୁ ନାୟକ, ଡ଼ା ଅର୍ପିତା ପଣ୍ଡାଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନୀତ କରାଯାଇ ଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories