www.samajalive.in
Saturday, December 13, 2025
26.1 C
Bhubaneswar

ଗୁଳିମାଡ଼ରେ ଯୁବକ ଗୁରୁତର

ବାସୁଦେବପୁର: ଧାମରା ପୋର୍ଟ ଥାନା ଅଂଚଳ କିଶୋର ପ୍ରସାଦ ଛକରେ ଗୁଳିକାଣ୍ଡ ଘଟିଛି। ଶନିବାର ରାତି ପ୍ରାୟ ୯ଟା ସମୟରେ କେତେକ ଅଜଣା ଯୁବକ ରାଜେନ୍ଦ୍ର ମହାପାତ୍ର (୪୭) ନାମକ ଯୁବକ ଉପରକୁ ଗୁଳି ମାଡ଼ କରିଛନ୍ତି। ତାଙ୍କ କାନ ପାଖରେ ଗୁଳି ବାଜିଛି। ପରିବାର ପକ୍ଷରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।


ପରିବାରର ସୂଚନା ଅନୁଯାୟୀ, କିଶୋରେ ପ୍ରସାଦ ଛକରେ କେତେକ ଅଜଣା ଯୁବକ ଛିଡା ହୋଇଥିଲେ। ରାଜେନ୍ଦ୍ର କାହିଁକି ଛିଡା ହୋଇଛ ପଚାରିବାରୁ ହଠାତ ସେମାନଙ୍କ ଭିତରୁ ଜଣେ ରାଜେନ୍ଦ୍ରଙ୍କ ଉପରକୁ ଗୁଳି ଚାଲିଥିଲା। ଘଟଣା ସ୍ଥଳରେ ରାଜେନ୍ଦ୍ର ପଡିଯାଇଥିଲା। ଖବର ପାଇ ପରିବାର ଓ ସମ୍ପର୍କୀୟ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଗୁଳି କାଣ୍ଡର କାରଣ ଜଣାପଡିନାହିଁ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories