ସର୍ଟସର୍କିଟରୁ ଜଳିଗଲା ଦୋକାନ

ବଲାଙ୍ଗିର: ସ୍ଥାନୀୟ ରୁଗୁଡିପଡା ଛକରେ ଶିବଦତ୍ତ ବଗର୍ତ୍ତିଙ୍କ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନଟି ଜଳିଯାଇଛି । ରାତି ପ୍ରାୟ ସାଢେ ୩ଟା ସମୟରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଦୋକାନରେ ଥିବା ୨ଟି ଫ୍ରିଜ୍‌ ଓ ଅନ୍ୟ ସାମଗ୍ରୀ ଜଳି ଯାଇଛି । ସର୍ଟସର୍କିଟ ଯୋଗୁଁ ଉକ୍ତ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସହକାରୀ ଅଗ୍ନିଶମ ଅଧିକାରୀ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାରେ ସାମିଲ ଥିଲେ ।

Comments are closed.