www.samajalive.in
Sunday, December 7, 2025
26.1 C
Bhubaneswar

ଜିଲା ଆନ୍ତଃ ବିଦ୍ୟାଳୟ ଫୁଟବଲ ଉଦଘାଟିତ

ବଲାଙ୍ଗିର: ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲ ଓଡ଼ିଶାରେ ମଙ୍ଗଳବାର ଆରମ୍ଭ ହୋଇଛି । ଫୁଟବଲକୁ ପ୍ରୋତ୍ସାହିତ କରିବା ପାଇଁ ବଲାଙ୍ଗିର ଜିଲାରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ଆନ୍ତଃ ବିଦ୍ୟାଳୟ ଫୁଟବଲ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି । ଜିଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମ୍ବଲପୁର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ କେଶବ ମେହେର, ଶାରିରୀକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ମଞ୍ଚାସୀନ ଥିଲେ । ଜିଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ ।

ମଙ୍ଗଳବାର ବାଳକ ବିଭାଗରେ ବଲାଙ୍ଗିର ଓ ଲୋଇସିଂହା ବ୍ଲକ ମଧ୍ୟରେ ଖେଳ ଯାଇଥିଲା । ବଲାଙ୍ଗିର ପକ୍ଷରୁ ପ୍ରବୀଣ ଲାକ୍ରା ୨ଟି ଗୋଲ୍‌ ଓ ଲୋଇସିଂହାରୁ ଲିପୁନ ବିଶି ଓ ସୌମ୍ୟରଞ୍ଜନ ଧରୁଆ ଗୋଲ୍‌ ଦେଇଥିଲେ । ଉଭୟ ଦଳ ୨ଟି ଗୋଲ୍‌ ଦେଇଥିବାରୁ ଟାଇବ୍ରେକରରେ ବଲାଙ୍ଗିର ଦଳ ୩-୧ରେ ବିଜୟୀ ହୋଇଥିଲା ।  ସେହିପରି ବାଳିକା ବିଭାଗରେ ସଇଁନ୍ତଲା ଓ ଦେଓଗାଁ ବ୍ଲକ ମଧ୍ୟରେ ଫୁଟବଲ ଖେଳାଯାଇଥିଲା । ସଇଁନ୍ତଲା ପକ୍ଷରୁ ଦୋଳେଶ୍ୱରୀ ବୁଡେକ ୨ଟି ଓ ଗୀତାଞ୍ଜଳି ମାଝୀ ଗୋଟିଏ ଗୋଲ୍‌ କରି ବିଜୟୀ ହୋଇଥିଲେ । ଖେଳକୁ ରାଜେନ୍ଦ୍ର ସେଠ, ସୁଦର୍ଶନ ସେଠ, ଆଶିଷ ଦେବ ସା, ଉପେନ୍ଦ୍ର ଚନ୍ଦନ, ଦୋଳଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧରୁଆ, ବୈକୁଣ୍ଠ ଜେନା, ସୁଶାନ୍ତ ନାଗ, ସସ୍ମିତାରାଣୀ ମିଶ୍ର ପରିଚାଳନା କରିଥିଲେ । ନରସିଂହ ସ୍ୱାମୀ ନାଇଡୁ ମ୍ୟାଚ କମିଶନର୍‌ ଦାୟିତ୍ୱ ତୁଲାଇଥିଲେ । ବୁଧୁବାର ବାଳକ ବିଭାଗରେ ବଲାଙ୍ଗିର ଓ ପାଟଣାଗଡ ବ୍ଳକ, ବାଳିକା ବିଭାଗରେ ସଇଁନ୍ତଲା-ବଲାଙ୍ଗିର ମଧ୍ୟରେ ଫୁଟବଲ ଖେଳାଯିବ । ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖ ଯାଏ ଆନ୍ତଃ ବିଦ୍ୟାଳୟ ଫୁଟବଲ ଚାଲିବ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories