ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ। ଏହା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲା ଯାଇନି। ସେହି ବିଭାଗ ଗୁଡିକ ମଧ୍ୟରେ ମନସ୍ତତ୍ୱ ବିଭାଗ, ସମାଜ ଶାସ୍ତ୍ର, ମାନବ ଶାସ୍ତ୍ର ତଥା ବିଭିନ୍ନ ସେଲ୍ଫ ଫାଇନାସିଙ୍ଗ କୋର୍ସ ଏମବିଏ,ଏମସି.ଏ ଓ ଇଟ୍ରିଗ୍ରେଟେଡ଼ ବିଇଡି ଭଳି ବିଭାଗ ଏ ପର୍ଯ୍ୟନ୍ତ ଖୋଲିନାହିଁ। ଏତତ୍ ବ୍ୟତୀତ ଭିନ୍ନ ବିଭିନ୍ନ ବିଷୟ ଯଥା କମ୍ପୁଟର ବିଜ୍ଞାନ,ଦର୍ଶନ ଶାସ୍ତ୍ର,ଶିକ୍ଷା ବିଭାଗ,ଭୂଗୋଳ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଦାନର ବ୍ୟବସ୍ଥା ନାହିଁ । ଉଚ୍ଚତ୍ତର ଗବେଷଣା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ରେ ସୁବିଧା ନାହିଁ।ଏଣୁ ଏହି ସବୁ ବିଭାଗ ବିଶ୍ୱବିଦ୍ୟାଳୟ ରେ ନୂତନ ଭାବରେ ଖୋଲିବାକୁ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ କୁଳପତି ପ୍ରଫେସର ଡ.ଉମାବହ୍ଲଭ ମହାପାତ୍ରଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। ଏହା ସହ ତାଙ୍କୁ ପ୍ରତିନିଧି ମଣ୍ଡଳୀ ଦାବି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ କମିଟି ମୁଖପାତ୍ର ନୀତିଶ ପଧାନ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ଉପ ସଭାପତି ଦିନେସ ସାହୁ,ସାଧାରଣ ସମ୍ପାଦକ ସରୋଜ ସାହୁ,ଛାତ୍ର ନେତା ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



