www.samajalive.in
Monday, December 15, 2025
26.1 C
Bhubaneswar

କାଠ ଚୋରୀ ମାମଲାରେ ଜେଲ ଗଲେ ଷ୍ଟେସନ ମାଷ୍ଟର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳବାଇ କ୍ୱାର୍ଟରରୁ ମୂଲ୍ୟବାନ କାଠ ଜବତ ଘଟଣାରେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବନବିଭାଗ ଜେଲ ପଠାଇଛି। ସେ ବେଆଇନ ଭାବେ ନିଜ ସରକାରୀ କ୍ୱାର୍ଟରରେ କାଠ କାମ କରାଉଥିବା ବେଳେ ଚଳିତ ମାସ ୧୩ ତାରିଖରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଝି ବନ ଅଧିକାରୀ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା। ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ।

ତେବେ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନ ବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories