www.samajalive.in
Monday, December 8, 2025
16.1 C
Bhubaneswar

ଗୋଦରା କୋଡେ ଯେତେ ମାଡ଼େ ସେତେ: ସମାଲୋଚିତ ହେଲେ ଜିଲ୍ଳାପାଳ

ବଲାଙ୍ଗିର: ସୋମବାର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ସାମାଜିକ ଗଣମାଧ୍ୟମ ‘ଟୁଇଟ୍‌’ ଜରିଆରେ ବଲାଙ୍ଗିର ସହରାଞ୍ଚଳର ବିଭିନ୍ନ ୱାର୍ଡରେ ମୌସୁମୀ ଆଗମନ ଓ ବର୍ଷା ପୂର୍ବରୁ ଡ୍ରେନ୍‌ ସଫେଇ କାମ ଚାଲିଥିବା ସୂଚନା ଦେଇଛନ୍ତି । ଜିଲାପାଳ ଶ୍ରୀ ରାଣାଙ୍କ ସୂଚନାରେ କିଛି ଭୁଲ ନାହିଁ । ଡ୍ରେନ ସଫେଇ କାମ ଚାଲିଛି । ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ସହ କାଉନ୍‌ସିଲର୍‌ ତଥା ପୌର ନିର୍ବାହୀ ଅଧିକାରୀ ସଫେଇ ଅନୁଧ୍ୟାନ କରୁଛନ୍ତି । କିନ୍ତୁ ଜିଲାପାଳଙ୍କ ଟୁଇଟ୍‌ ଓ ଡ୍ରେନ ସଫେଇର ବାସ୍ତବତା ପୂରା ଅଲଗା ବୋଲି ସାଧାରଣରେ ସମାଲୋଚନା ହେଉଛି । ଦୀପ ତଳ ଅନ୍ଧାର ଭଳି ବଲାଙ୍ଗିର ସହରର ମୁଖ୍ୟ ରାସ୍ତା(ଭାଗିରଥୀ ଛକ) ନିକଟରେ ଥିବା ଉପଖଣ୍ଡ ପୁଲିସ ଅଧିକାରୀ(ଏସଡିପିଓ)ଙ୍କ ଘର ପାଖରୁ ସହରାଞ୍ଚଳ ଯାଏ ଲମ୍ବିଥିବା ଡ୍ରେନ୍‌ ଅବସ୍ଥା ବେହାଲ ।

ରାସ୍ତାର ଆରପାଖେ ଦୀର୍ଘ ଦିନରୁ ଡ୍ରେନ୍‌ ଜାମ୍‌ ହୋଇଥିବାରୁ ମରାମତି କାମ କରାଯାଉଛି । କିନ୍ତୁ ରାସ୍ତା ଏପଟେ ଥିବା ଡ୍ରେନ୍‌ ଜାମ ଓ ଜବରଦଖଲ ହୋଇଛି । ଆବର୍ଜନା ପାଣି ଯାଉ ନାହିଁ । କୁଢ କୁଢ ମଇଲା ଗଦା । ପୋତି ହୋଇଗଲାଣି । ଆଉ ପୌରପାଳିକା ପାଖ ପୁରୁଣା ରାଜବାଟି ରାସ୍ତାର ଉଭୟ ପାଖ ଡ୍ରେନରେ ବି ସେହି ସମାନ ଅବସ୍ଥା । ଡ୍ରେନ ଉପରେ ନିର୍ମାଣ ସାମଗ୍ରୀ ପକାଇ ରଖାଯାଇଛି ତ ଡ୍ରେନ୍‌ ଅଧାରୁ ବନ୍ଦ ହୋଇଯାଇଛି । ଆଉ ଜିଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପଛ ପଟ ରୁଗୁଡ଼ିପଡ଼ା ଡ୍ରେନ୍‌ର ଅବସ୍ଥା ମଧ୍ୟ ଶୋଚନୀୟ । ୟେ ତ ହାତ ଗଣତି କିଛି ଡ୍ରେନର ଅବସ୍ଥା । ସହରରେ ଡ୍ରେନ ସଫେଇ ହେଉଛି ନିଶ୍ଚିତ । କିନ୍ତୁ ଅଧିକାଂଶ ଡ୍ରେନର ଅବସ୍ଥା ବେହାଲ । ଏଥିପ୍ରତି ନିଘା ନଦେଲେ ପୁଣିଥରେ ଅସରାଏ ବର୍ଷାରେ ଡ୍ରେନ୍‌ ଉପରୁ ପାଣି ଉଛୁଳିବ । ପାଣି ଘରେ ପଶିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories