ଦାଦନ ଗଡ଼ର ଦାରୁଣ ଦୁଃଖ, ୨ଜଣଙ୍କ ପରେ ଆଖି ବୁଜିଲେ ଆଉ ଜଣେ ଶ୍ରମିକ

ବଲାଙ୍ଗିର/ବେଲପଡ଼ା: ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଖଲଖଲି ଗାଁର ଜଗଦିଶ ମାଝୀ(୪୦)। ତେଲେଙ୍ଗାନାର ୱାରଙ୍ଗଲକୁ ଜଗଦିଶ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ସେ ଅସୁସ୍ଥ ହୋଇଥିଲେ। ଆଉ ତା’ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଖଲିପଥର ଗାଁର ଦାଦନ ଦଲାଲ ମହିନ୍ଦ୍ର ସୁନା ଜଗଦିଶଙ୍କୁ ୮୫ହଜାର ଟଙ୍କାରେ ୬ ମାସ କାମ କରିବାକୁ ୱାରଙ୍ଗଲ ପଠାଇଥିଲା। ପ୍ରବଳ ଖରାରେ ତାଙ୍କୁ କାମ କରିବାକୁ ବାଧ୍ୟ କରାଉଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ତିନି ଝିଅ, ପୁଅ ଓ ସ୍ତ୍ରୀ ରହିଛନ୍ତି।

prayash

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଦେହ ଅସୁସ୍ଥ ହେବା ପରେ ଚିକିତ୍ସା ନକରାଇ ଘରକୁ ପଠାଇ ଦିଆଯାଇଥିଲା। ଷ୍ଟେସନରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଶ୍ରମିକଙ୍କ ପରିବାର ଏକ ଆମ୍ବୁଲାନ୍ସରେ ମୃତ ଜଗଦିଶଙ୍କ ଶବକୁ ଗାଁକୁ ଆଣିଥିଲେ। ଦାଦନ ଦଲଲ ମହିନ୍ଦ୍ର ୯୦ହଜାର ଟଙ୍କା ଦେଇ ମୃତକଙ୍କ ପରିବାରକୁ କଥା ପ୍ରଘଟ ନକରି ଦାହ ସଂସ୍କାର କରିଦେବ ବୋଲି କହିଥିବା ଅଭିଯୋଗ ହୋଇଛି। ଉଲ୍ଲେଖ ଯୋଗ୍ୟ, ସପ୍ତାହେ ମଧ୍ୟରେ ବଲାଙ୍ଗିର ଜିଲାର ଦାଦନ ଗଡ଼ କୁହାଯାଉଥିବା ବେଲପଡ଼ା ବ୍ଲକର ଯୁବା, ସୁଲେକେଲାର ୨ଜଣ ଦାଦନ ଖଟି ଯାଇ ସେଠାରେ ପ୍ରାଣ ହରାଇଥିଲେ।

kalyan agarbati

Comments are closed.