www.samajalive.in
Sunday, December 14, 2025
17.1 C
Bhubaneswar

ପାନୀୟ ଜଳ ଉତ୍ତୋଳନ ସ୍ଥଳ ବୁଲି ଦେଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର: ଅସହ୍ୟ ଖରା ଯୋଗୁଁ ବଲାଙ୍ଗିର ସହରର ଜନସାଧାରଣ ଅକଥନୀୟ କଷ୍ଟ ଭୋଗଛନ୍ତି । ବିଦ୍ୟୁତ ବିଭ୍ରାଟ ଏବଂ ପାନୀୟ ଜଳର ଉତ୍କଟ ସଂକଟ ଦେଖାଯିବା ବିଷୟ ଚିନ୍ତାରେ ପକାଇଛି । ସମସ୍ୟା ସମାଧାନ ସହ ସମ୍ଭାବ୍ୟ ଦିଗଗୁଡିକ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଆଲୋଚନା କରିଛନ୍ତି ।

ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପିଇବା ପାଣି ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଗତ ୨୦୧୩ ମସିହାରେ ତରଭା ନିକଟସ୍ଥ ବୁଦେଲଗୁମା ଗ୍ରାମ ତେଲ ନଦୀ ଶଯ୍ୟାରୁ ଜଳ ଉତ୍ତୋଳନ ସହିତ ଯୋଗାଣ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପୂର୍ବରୁ ସୋନପୁର ନିକଟସ୍ଥ ନନ୍ଦନମାଲ ମହାନଦୀ ଅବବାହିକାରୁ ଜଳ ଉତ୍ତୋଳନ କରାଯାଇ ବଲାଙ୍ଗିର ସହରକୁ ଯୋଗାଣ କରାଯାଉଥିଲା । କିନ୍ତୁ ଦୂରତା ଦୃଷ୍ଟିରୁ ଓ ଜଳ ଯୋଗାଣ ପାଇପ୍ ଗୁଡିକୁ ମଝିରେ ମଝିରେ ଫଟାଇ ଦିଆଯାଉଥିବାରୁ ସହରରେ ଜଳଯୋଗାଣ ପ୍ରକ୍ରିୟା ଗୁରୁତର ଭାବରେ ବାଧାପ୍ରାପ୍ତ ହେଉଥିଲା । ସମସ୍ତ ବିଷୟକୁ ହୃଦୟଙ୍ଗମ କରି ପୂର୍ବତନ ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓ ଏବଂ ତତ୍କାଳୀନ ଲୋକସଭା ସଦସ୍ୟ କଳିକେଶ ନାରାୟଣ ସିଂହଦେଓଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ନିକଟତର ତେଲନଦୀରୁ ଜଳ ଉତ୍ତୋଳନ ପୂର୍ବକ ଯୋଗାଣ ପ୍ରକ୍ରିୟାକୁ ସ୍ୱାଭାବିକ ଓ ସୁଲଭ କରିବା ଉଦ୍ଦେଶ୍ୟରେ ୫୫ କୋଟି ଟଙ୍କାର ଆର୍ଥିକ ଓ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରି ଜଳ ବିଶୋଧନ ପୂର୍ବକ ନିରବଚ୍ଛିନ୍ନ ଜଳଯୋଗାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସହରର ସମସ୍ତ ଅଂଚଳକୁ ଜଳ ଯୋଗାଣ ନିମନ୍ତେ ଅଧିକରୁ ଅଧିକ ପାଇପ ଲାଇନ ସଂଯୋଗ କରିବା, ସ୍ୱଳ୍ପ ବ୍ୟାସାର୍ଦ୍ଧ ବିଶିଷ୍ଟ ସମସ୍ତ ପୁରୁଣା ମୁଖ୍ୟ ଜଳ ଯୋଗାଣ ପାଇପ ଗୁଡିକୁ ପରିବର୍ତ୍ତନ କରିବା ସହିତ ଜଳ ଯୋଗାଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଲଭ୍ୟ କରିବା ନିମନ୍ତେ ସ୍ଥାନୀୟ ମନୋହରପୁର, ବେହେରାପାଲି ଜେଲ, ରାଜେନ୍ଦ୍ର କଲେଜ ଛକ, କଂସାରିପଡା, ହାଟପଦାପଡା, ଲାଲଟିକ୍ରା, ତାଲପାଲିପଡା ଆଦି ଅଂଚଳରେ ଅଧିକ କ୍ଷମତା ସମ୍ପନ୍ନ ଓଭରହେଡ ଟେଙ୍କ ଓ ପମ୍ପ ହାଉସ ନିର୍ମାଣ କରାଯାଇଛି । କିନ୍ତୁ ପ୍ରତି ବର୍ଷ ଗ୍ରୀଷ୍ମ ପ୍ରବାହ ସମୟରେ ତେଲ ନଦୀ ଶଯ୍ୟାରେ ଜଳସ୍ରୋତର ଅବନତି ହେବା ସହିତ ବିଦ୍ୟୁତ ବିଭ୍ରାଟ ଜନିତ ସମସ୍ୟା ହେତୁ ଏଭଳି ସଂକଟଜନକ ସମୟରେ ଜଳ ଯୋଗାଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ଉଦ୍‌ବେଗର ବିଷୟ ।  ଏହି ସନ୍ଧର୍ଭରେ ଜଳ ଉତ୍ତୋଳନ ସ୍ଥାନ ଏବଂ ପମ୍ପ ହାଉସ ଗୁଡିକର ସବିଶେଷ ସ୍ଥିତ ଅନୁଧ୍ୟାନ ସହିତ ସମସ୍ୟାର ଆଶୁ ତଥା ସମ୍ଭାବ୍ୟ ନିରାକରଣ ଦିଗରେ  ପଦକ୍ଷେପ ନେବା ପାଇଁ ପୌର ପରିଷଦ ପକ୍ଷରୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ, ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀ ବୁଦେଲମୁଣ୍ଡା ତଥା ଶିବତୁଲା ଗସ୍ତ କରିଥିଲେ।  ଏହି କ୍ରମରେ ବିଦ୍ୟୁତ ବିଭ୍ରାଟ ଜନିତ ସମସ୍ୟାର ଜରୁରୀ ନିରାକରଣ ପାଇଁ ସମସ୍ତ ପମ୍ପ ହାଉସ ଗୁଡିକରେ ଜେନେରେଟର ସ୍ଥାପନ କରିବା, ବନ୍ଦ ପଡିଥିବା ନନ୍ଦନମାଲ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିଷ୍ପତ୍ତି ଘୋଷଣା କରାଯାଉଛି । ଏଥିସହିତ ପୌର ପରିଷଦ ପକ୍ଷରୁ  ଜଳ ଯୋଗାଣ ସମସ୍ୟା ଦୂରିକରଣ ନିମନ୍ତେ ପୂର୍ବରୁ ଆହୁତ ସମୀକ୍ଷା ବୈଠକର ନିଷ୍ପତି ଅନୁସାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ସହରରେ ଅପେକ୍ଷାକୃତ ଅଧିକ ଜଳ ଯୋଗାଣ କରିବା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଥିବା ପୌରାଧ୍ୟକ୍ଷା କହିଛନ୍ତି।

- Advertisement -

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories