www.samajalive.in
Monday, December 15, 2025
15.1 C
Bhubaneswar

ହିଂସା ପାଇଁ ନୁହେଁ ପ୍ରତିରୋଧ ପାଇଁ ଧରାଯିବ ପାରମ୍ପାରିକ ଅସ୍ତ୍ର

କଲମପୁର: ନିଜର ହକ୍‌ ପାଇଁ ନିଜ ମାଟି ମା ପାଇଁ ଲଢେଇ କରାଯିବ । ଲଢେଇ ବିନା ମୁକ୍ତି ନାହିଁ ମୁକ୍ତି ବିନା ଶାନ୍ତି ନାହିଁ । ଆଦିବାସୀଙ୍କ ଅଧିକାର ଜଳ ଜମି ଜଙ୍ଗଲ । ଯଦି କେହି ତାଙ୍କୁ ଏଥିରୁ ବଂଚିତ କରିବାକୁ ପ୍ରୟାସ କରେ ତେବେ ଶାନ୍ତିରେ ବଣ ଜଙ୍ଗଲରେ ରହୁଥିବା ଆଦିବାସୀ ନିଜ ପାରମ୍ପାରିକ ଅସ୍ତ୍ର ଧରିବାକୁ ଫଛେଇଯିବ ନାହିଁ । ଅସ୍ତ୍ର ହିଂସା ପାଇଁ ନୁହେଁ ପ୍ରତିରୋଧ ପାଇଁ ଆଦିବାସୀ ନିଜ ପାରମ୍ପାରିକ ଅସ୍ତ୍ର ଧରିବାର ଆବଶ୍ୟକତା ଅଛି ବୋଲି କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ପୁଲିଙ୍ଗପଦର ଠାରେ କର୍ଲାପାଟ ଓ ଖଣ୍ଡୁଆଳ ମାଲି ସୁରକ୍ଷା ସମିତି ତରଫରୁ ଆୟୋଜିତ ଏକ ସମାବେଶରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଆଗାମୀ ଜୁନ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ବିରାଟ ଜନ ସମାବେଶ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପେରୁମଞ୍ଜି ଠାରେ ହେବାକୁ ଥିବା ଏହି ଜନ ସମାବେଶରେ ଜଳ ଜମି ଜଙ୍ଗଲ ଆନ୍ଦୋଳନର ପୁରୋଧା ମେଧା ପାଠେକରଙ୍କ ସମେତ ସମଗ୍ର ଭାରତର ବହୁ ସାମାଜିକ କର୍ମୀ, ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିବେ । ଏଥିରେ ରାଜ୍ୟ ସରକାର ଖଣ୍ଡୁଆଳ ମାଳିକୁ ଚଂଚକତା କରି ଲିଜ ଦେଇଥିବାରୁ ତାର ଦୃଢ ବିରୋଧ କରାଯିବ ।

- Advertisement -

ଏହାସହ ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ବିକାଶ ନାଁରେ ଦମନ ଲୀଳା ଚଳେଇଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଖଣ୍ଡୁଆଳା ମାଳି ସୁରକ୍ଷା ସମିତିର ସଭାପତି କାର୍ତିକ ମାଝୀ, ବ୍ରିଟିଶ କୁମାର, ନିୟମଗିରୀ ଆନ୍ଦୋଳନର ଲିଙ୍ଗରାଜ ଆଜାଦ, ସତ୍ୟ ମାହାର ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ରାମକୃଷ୍ଣ, ଉପେନ୍ଦ୍ର ଦ୍ରାବିଡ, ସ୍ୱାତୀ ମିଶ୍ର, ବନମାଝୀଙ୍କ ସମେତ ସୁପ୍ରିମକୋର୍ଟର ଦୁଇ ଆଇନଜିବୀ ରାହୁଲ ଚୌଧୁରୀ, ସୌରଭ ସର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories