www.samajalive.in
Monday, December 15, 2025
27.1 C
Bhubaneswar

ଟ୍ରକ-ପିକପ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବୋଲଗଡ଼: ବୋଲଗଡ଼ ବ୍ଲକ ଜାତୀୟ ରାଜପଥ ୫୭ ହଡାନଈ ବ୍ରିଜ ନିକଟରେ ମଙ୍ଗଳବାର ଏକ ଟ୍ରକ ଓ ପିକପ ମୁହାଁମୁହିଁ ଧକ୍କାରେ ୧୦୭ପିକପ ଚାଳକଙ୍କ ସମେତ ୨ଜଣ ଯୁବତୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଦଶପଲାରୁ ଏକ ପିକପ କିଛି ଟେଣ୍ଟ ହାଉସ ସାମଗ୍ରୀ ଧରି ରାଜସୁନାଖଳା ନିକଟ କୋଟଗଡକୁ ବାହାରୁଥିବା ବେଳେ ୨ଜଣ ଯୁବତୀ ଲିଲି ନିହାଣ (୩୨) ଓ କାଜଲ ନାୟକ(୨୩) ସେହି ଠାରେ ନିଜ ଗ୍ରାମ ଖୋର୍ଦ୍ଧା ମେଣ୍ଢାଶାଳ ଆସିବା ପାଇଁ ବସକୁ ଅପେକ୍ଷା କରିଥିଲେ। ପୂର୍ବରୁ ପରିଚୟ ଥିବା ଦଶପଲାର ଚାଳକ ବାବୁଲ ସାହୁ ତାଙ୍କୁ ଆଗରେ ବସାଇ ରାଜସୁନାଖଳା ବସଷ୍ଟାଣ୍ଡ ଯାଏଁ ଛାଡିବାକୁ କହି ବସେଇଥିଲେ ।

ତେବେ ବସଷ୍ଟାଣ୍ଡ ଠାରୁ ମାତ୍ର ଦେଢ଼ କିମି ପୂର୍ବରୁ ଏହି ଦୃଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ସହ ଏହି ପିକପର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୦୭ ପିକପରେ ଆଗରେ ବସିଥିବା ଚାଳକ ଓ ୨ଜଣ ଯୁବତୀ ଗୁରୁତର ଭାବେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବୋଲଗଡ଼ ଓ ପରେ ଖୋର୍ଦ୍ଧା ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ବୋଲଗଡ଼ ପୁଲିସ ପହଁଚି ଗାଡିକୁ ଜବତ କରି ତଦନ୍ତ ଚଳାଇ ଥିବା ବେଳେ ୩ଜଣଙ୍କର ଗୋଡ଼ ଭାଙ୍ଗି ଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories