ମା’ ରାମଚଣ୍ଡୀଙ୍କ ପୀଠରେ ସପ୍ତଦେବୀ ବିଶ୍ବଶାନ୍ତି ମହାଯଜ୍ଞ ପୁର୍ଣ୍ଣାହୁତି

ବୋଲଗଡ଼: ବୋଲଗଡ଼ ବ୍ଲକ ବାଙ୍କୋଇଦେଶର ଆରଧ୍ୟା ଦେବୀ ମା’ ରାମଚଣ୍ଡୀଙ୍କ ପବିତ୍ର ପୀଠରେ ୩ ଦିନ ଧରି ଚାଲିଥିବା ସପ୍ତଦେବୀ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ୟ୍ୟ ସମାପନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବଡକୁମାରି ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ଶିକ୍ଷାବିତ ଜୟକୃଷ୍ଣ ଫତେସିଂହ , ସରପଞ୍ଚ ପ୍ରତିନିଧି ଭାଷ୍କର ଚନ୍ଦ୍ର ରାଉତରାୟ, ଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଉମାକାନ୍ତ ବିଶ୍ବାଳ, ସ୍ଥାନୀୟ ସରପଞ୍ଚ ଏବଂ ସମିତସଭ୍ୟ ପ୍ରମୁଖ ଉପସ୍ଥିତ ରହି ଆହୂତି ପ୍ରଦାନ କରିଥିଲେ।

ଏହି ଉପଲକ୍ଷେ ପୂର୍ବରୁ ନିକଟ ପୁଷ୍କରିଣୀରେ ସଂକଳ୍ପ ଧାରୀମାନେ ଜଳ କଳସ ଯାତ୍ରାରେ ଆଣି ଯଜ୍ଞବେଦିରେ ଘଟ ସ୍ଥାପନ କରିବା ସହିତ ସର୍ବଦେବ ଆବାହନ, ଅଗ୍ନୀ ସ୍ଥାପନ ଓ ସୂର୍ୟ୍ୟ ପୂଜା ଯଥା ରୀତିନୀତି ହୋଇଥିଲା। ମା ରାମଚଣ୍ଡୀ ପୂଜା କମିଟି ସମସ୍ତ ସଦସ୍ୟ ମାନେ କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ।

Comments are closed.