ଗୁରୁଡ଼ିଝାଟିଆ: ବିଶ୍ୱ ବନ ଦିବସରେ ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ କଟକ ବନଖଣ୍ଡର ଟମକା ବନାଞ୍ଚଳ ଅଧିକାରୀ ବଳରାମ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ସାହୁ ବନ୍ୟଜନ୍ତୁଙ୍କ ସୁରକ୍ଷା, ବନୀକରଣ,ସନ୍ତୁଳିତ ପରିବେଶ ଆଦି କ୍ଷେତ୍ରରେ ଅନବରତ ନିସ୍ୱାର୍ଥପର ସେବା ପ୍ରଦାନ କରିଥିଲେ। ଏଥିପାଇଁ ଆୟୋଜିତ ଉତ୍ସବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଚିବ ଡଃ ମୋନା ଶର୍ମା, ରାଜ୍ୟ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶ୍ରୀ ସାହୁଙ୍କୁ ଉପଢୌକନ,ମାନପତ୍ର ପ୍ରଦାନ କରିଥିଲେ। ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧବଳେଶ୍ୱର ନିକଟବର୍ତ୍ତି ପାଇକରାପୁର ଗ୍ରାମରେ ଜନ୍ମିତ ଶ୍ରୀ ସାହୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ସୁରକ୍ଷା,ସାମାଜିକ ସଂହତି ଓ ବନପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବନ୍ୟପ୍ରାଣୀଙ୍କୁ ଉତ୍ସାହିତ କରିଥାନ୍ତି। ଏହି ପୁରସ୍କାର ପାଇ ନଦୀକୁଳ ଅଞ୍ଚଳ ଯୁବ ସଂଗଠକ ସନ୍ତୋଷ କୁମାର ବେଉରା, ସନ୍ତୋଷ କୁମାର ରାଉତ, ବିଜୟ କୁମାର ରାଉତ, ଶରତ କୁମାର ସାହୁ, ଧବଳେଶ୍ୱର ପୂଜକ ସମିତିର ବରିଷ୍ଠ ସଦସ୍ୟ ଭରତ ଚନ୍ଦ୍ର ପତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଶ୍ରୀ ସାହୁ ଗତମାସରେ ବନାଞ୍ଚଳ ଅଧିକାରୀ ପଦରୁ ଅବସର ନେଇଛନ୍ତି।
Popular Categories



