www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱ ବନ ଦିବସ ପାଳିତ

ଗୁରୁଡ଼ିଝାଟିଆ: ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହୋଇଚାଲିଛି। ଅବକ୍ଷୟ ଧାରାରେ ଆମଦେଶ ପ୍ରମୁଖ ଭୂମିକା ଗ୍ରହଣ କଲାଣି। ରାଜ୍ୟରେ ଜଙ୍ଗଲ ପୋଡି ପରିବେଶବିତ୍‌‌ମାନଙ୍କ ପାଇଁ ଘୋର ଚିନ୍ତାଜନକ ଅବସ୍ଥା ଆଣିଦେଲାଣି। ଏଭଳି ସ୍ଥିତିରେ ବ୍ୟାପକ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରରେ ଓଡ଼ିଶା ସ୍ୱରାଜ ଅଭିଯାନ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆବାହକ ସୁଧାଂଶୁ ଦେଓ ବୃକ୍ଷରୋପଣ କରିବା ସହ ଏଥିରେ ବିଦ୍ୟାର୍ଥୀମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ବୃକ୍ଷରୋପଣକୁ ଏକ ଆନ୍ଦୋଳନରେ ପହଞ୍ଚାଇବା ଓ ଏହାର କାର୍ଯ୍ୟକାରିତା ଯେଭଳି ଭାବରେ ସଫଳ ରୂପାୟନ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ। ନର୍ସିଂ କଲେଜର ଶିକ୍ଷକ ବିକ୍ରମ କେଶରୀ ରାଉତ ,ଶ୍ୱେତକାନ୍ତ ବେହେରା, ଡାକ୍ତର ସୌମ୍ୟରଞ୍ଜନ ପରିଡ଼ା ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ ଆଗାମୀ ଦିନରେ ସୁସ୍ଥ ଓ ସନ୍ତୁଳିତ ସମାଜ ପାଇଁ ବୃକ୍ଷରୋପଣ କରିବା ନିମନ୍ତେ ସଂକଳ୍ପ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories