www.samajalive.in
Monday, December 8, 2025
16.1 C
Bhubaneswar

‘ସମାଜ’ ପ୍ରଭାବ : ବ୍ଲକ୍‍ ପ୍ରଶାସନ ଦ୍ୱାରା ଉପକୃତ ହେଲେ ଖାଉଟି ହିତାଧିକାରୀ

ବୋଲଗଡ: ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଆଦିବାସୀସାହିର ଶିବ ସ୍ୱାଇଁ(୭୦) ଓ ତାର ପୁଅ ସତ୍ୟ ସ୍ୱାଇଁ (୪୫) ଦୁର୍ଦ୍ଦିନରେ ରହିବା ସହ ଖାଉଟି ଦ୍ରବ୍ୟ ନ ପାଇ ଅନାହାର ମୃତ୍ୟୁ ଅପେକ୍ଷାରେ ରହିଥିଲେ। ଏହି ଦାରୁଣ ଖବର ଦୈନିକ ‘ସମାଜ’ ଖବର କାଗଜ ସମେତ ଅନ୍ୟାନ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇବାରୁ ବୋଲଗଡ ବ୍ଲକ ପ୍ରଶାସିକା ମୋନାଲିସା ପଣ୍ଡା ଓ ଖୋର୍ଦ୍ଧା ଜିଲାପାଳ ସନତ ମହାନ୍ତିଙ୍କ ନଜରକୁ ଆସିଥିଲା। ବୋଲଗଡ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡା ସଙ୍ଗେ ସଙ୍ଗେ ପାଟପୁର ଶାସନ ଗ୍ରାମ ପଞ୍ଚାୟତକୁ ଯାଇ ଖାଉଟିମାନଙ୍କୁ ଦିଆଯାଉଥିବା ଖାଦ୍ୟ ଯୋଗାଣ ସମ୍ପର୍କରେ ତଦନ୍ତ କରି ଶ୍ରୀରାମପୁର ଆଦିବାସୀ ସାହିର ଶିବ ସ୍ୱାଇଁ ଓ ତାଙ୍କ ପୁଅ ସତ୍ୟ ସ୍ୱାଇଁଙ୍କୁ ପ୍ରତ୍ୟେକ୍ଷଭାବେ ଭେଟି ସମସ୍ତ ତଥ୍ୟ ବୁଝିଥିଲେ। ସେହି ଦିନ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ପରିଡା ବାପ ଶିବ ସ୍ୱାଇଁଙ୍କ ନାମରେ ଅନ୍ତଦ୍ୱୟ ଯୋଜନାରେ ରହିଥିବା ଖାଉଟିକାର୍ଡ ମାଧ୍ୟମରେ କରୋନା କୋଭିଡ-୧୯ ନିୟମ ଅନୁସାରେ ତାଙ୍କୁ ୩ମାସ ପାଇଁ ଚାଉଳ, ଡାଲି, କିରୋସିନି ଓ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଯେପରି ସମସ୍ତ ଖାଉଟି ହିତାଧିକାରୀମାନେ ଠିକ୍‍ ସମୟରେ ନିୟମିତ ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ଖାଉଟି ଦ୍ରବ୍ୟ ପାଇପାରିବେ ସେ ସମ୍ପର୍କରେ ପାଟପୁର ଗ୍ରାମପଞ୍ଚାୟତ ଖାଦ୍ୟ ଯୋଗାଣ ସହାୟକଙ୍କୁ ଚେତାବନି ଦେଇଥିଲେ। ଆଗାମୀ ଦିନରେ ଏହି ବାସ ହରା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡିଏ ସ୍ଥାୟୀ ପକ୍କାଗୃହ ବୋଲଗଡ ବ୍ଲକ ତରଫରୁ ଯୋଗାଇଦେବାକୁ ବିଡିଓ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ପରିଡା ଅନୁରୋଧ କରିଅଛନ୍ତି। ଏହି ଜନକଲ୍ୟାଣ କାର୍ଯ୍ୟପାଇଁ ସମସ୍ତ ଜନସାଧାରଣ ଓ ବୁଦ୍ଧିଜିବୀମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories