www.samajalive.in
Sunday, December 7, 2025
26.1 C
Bhubaneswar

ସୋସିଆଲ ମିଡିଆରେ ଚର୍ଚ୍ଚିତ ବିଷୟ ‘ବଇଜ୍‍ ଲକର୍‍ ରୁମ୍‍’ ମାମଲା; ୬ ଛାତ୍ରଙ୍କ ବୟାନ ରେକର୍ଡ଼ କଲା ପୁଲିସ

ସମାଜ ପୋର୍ଟାଲ ଡେସ୍କ: ସାଧାରଣ ଜନତା ଏବଂ ଦିଲ୍ଲୀ ପୁଲିସର ଚିନ୍ତା ବଡାଇବା ସହ ସୋସିଆଲ୍‍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଇନ୍‍ଷ୍ଟାଗ୍ରାମର ‘ବଇଜ୍‍ ଲକର୍‍ ରୁମ୍‍’ ଚାଟ୍‍ ଗ୍ରୁପ୍‍ ଘଟଣା। ପୂର୍ବରୁ ଦିଲ୍ଲୀ ପୁଲିସର ସାଇବର ସେଲ୍‌ଫ ଏହି ଗ୍ରୁପ୍‍ର ଆଡ଼୍‍ମିନ୍‍(ଦ୍ୱାଦଶ ଶ୍ରେଣୀ ଛାତ୍ର)କୁ ଗିରଫ କରିଥିବା ବେଳେ ଆଜି(ଶୁକ୍ରବାର) ଗ୍ରୁପରେ ସାମିଲ ଥିବା ଅନ୍ୟ ୬ ଜଣ ଛାତ୍ରଙ୍କ ବୟାନ ରେକର୍ଡ଼ କରାଯାଇଛି। ଏ ସମସ୍ତ ଛାତ୍ରଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ବ ଏବଂ ଏମାନେ ଦକ୍ଷିଣ ଦିଲ୍ଲୀ ଏବଂ ନୋଇଡ଼ା ବାସିନ୍ଦା ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ଆହୁରି ୭ ଜଣ ଅଭିଯୁକ୍ତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ‘ବଇଜ୍‍ ଲକର୍‍ ରୁମ୍‍’ ନାମରେ ଇନ୍‍ଷ୍ଟାଗ୍ରାମରେ ଏକ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପରେ ଅନେକ ସ୍କୁଲ୍ ଛାତ୍ର ଓ କିଛି କଲେଜ ଛାତ୍ର ସାମିଲ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଛାତ୍ରୀ ଓ ମହିଳାଙ୍କୁ ଦୁଷ୍କର୍ମ ନେଇ ଆଲୋଚନା ହେଉଥିଲା। ଏହାବ୍ୟତୀତ ଏହି ଗ୍ରୁପରେ ବ୍ୟାପକ ପରିମାଣର ମହିଳା ତଥା ନାବାଳିକାମାନଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଶେୟାର୍ କରାଯାଉଥିଲା ଏବଂ ଏହା ଉପରେ ଆପତ୍ତିଜନକ କମେଣ୍ଟ କରାଯାଉଥିଲା। କୋମଳମତୀ ଛାତ୍ରମାନଙ୍କ ମଧ୍ୟରେ ସହପାଠିନୀ ଓ ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରି ବିପଜ୍ଜନକ ଚିନ୍ତାଧାରା ଆସିବାର ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

ଏହାର ଶିକାର ହୋଇଥିବା କିଛି ପୀଡ଼ିତା ଚାଟ୍‍ର ସ୍କ୍ରିନ୍‍ସଟ୍‍ଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରି ଦେଇଥିଲେ। ଏହାପରେ କିଛି ସମୟ ମଧ୍ୟରେ ଏହି ସ୍କ୍ରିନସଟ୍‍ ଗୁଡ଼ିକ ଭାଇରାଲ ହୋଇଯାଇଥିଲା। ଚାଟ୍‍ର ସ୍କ୍ରିନ୍‍ସଟ୍‍ଗୁଡ଼ିକୁ ଶେୟାର କରିବା ପରେ ସେମାନଙ୍କୁ ଧମକ ମଧ୍ୟ ଦିଆଯାଇଥିଲା ଯେ ସେମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‍ କରିଦିଆଯିବ।

ଏହି ଘଟଣା ନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଆଲୋଚନା ହେବା ପରେ ଦିଲ୍ଲୀ ପୁଲିସ ସାଇବର ସେଲ୍‌ ଏନେଇ ସ୍ବତଃସ୍ଫୂର୍ତ୍ତ ପଦକ୍ଷେପ ନେଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଇନଷ୍ଟାଗ୍ରାମ୍ ଗ୍ରୁପରେ ଦକ୍ଷିଣ ଦିଲ୍ଲୀର ୩ଟି ପ୍ରମୁଖ ସ୍କୁଲର ଛାତ୍ର ସାମିଲ୍ ଅଛନ୍ତି। ଏହି ଗ୍ରୁପର ସଦସ୍ୟମାନେ ପରସ୍ପର ସହ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଅଶ୍ଳୀଳ ଚାଟ୍ ଆଦିରେ ବ୍ୟସ୍ତ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଗ୍ରୁପ୍‍ ଆଡ଼୍‍ମିନ୍‍କୁ ବୁଧବାର ଗିରଫ କରାଯାଇଛି। ଏହି ମାମଲାରେ ଦିଲ୍ଲୀ ମହିଳା କମିଶନ୍ ମଧ୍ୟ ହସ୍ତକ୍ଷେପ କରିବା ସହ ଏ ସଂକ୍ରାନ୍ତରେ ଇନଷ୍ଟାଗ୍ରାମ ଓ ଦିଲ୍ଲୀ ପୋଲିସକୁ ନୋଟିସ୍ କରିଥିବା ଜଣାପଡ଼ିଛି। ପୁଲିସ ଏହି ଗ୍ରୁପରେ ସଦସ୍ୟ ରହିଥିବା ୨୭ ଜଣ ଛାତ୍ରଙ୍କୁ ଚିହ୍ନଟ କରିଛି ଏବଂ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଡାକି ମଙ୍ଗଳବାର ପଚରାଉଚରା କରିଥିଲା। ସମସ୍ତ ଅଭିଯୁକ୍ତଙ୍କଠାରୁ ସେମାନଙ୍କ ଫୋନ୍‍ ମଧ୍ୟ ଜବତ କରିଛି ପୁଲିସ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories