୫୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ଇୟରବଡ୍ସ, ଦାମ୍ ମାତ୍ର ଏତିକି

ନୂଆଦିଲ୍ଲୀ : ବୋଟ୍ ଭାରତୀୟ ବଜାରରେ ନିଜର ନୂଆ ଇୟରବଡ୍ସ ଲଞ୍ଚ୍ କରିଦେଇଛି । କମ୍ପାନୀର ନୂଆ ଇୟରବଡ୍ସର ନାଁ ବୋଟ୍ ଏୟାରଡପ୍ସ ୩୧୧ ପ୍ରୋ । ବୋଟର ନୂଆ ଏୟରବଡ୍ସ ଖାସ୍ ସି-ଥ୍ରୁ ଡିଜାଇନ୍ ସହିତ ଆସିଥାଏ । ଏଥିରେ କମ୍ପାନୀ ଦମଦାର ସାଉଣ୍ଡ ପ୍ରଦାନ କରୁଛି । ନୂଆ ବଡ୍ସରେ କମ୍ପାନୀ ପାଓ୍ବରଫୁଲ୍ ବ୍ୟାଟେରୀ ଦେଉଛି ଯାହା ୫୦ ଘଣ୍ଟା ପର୍ଯ୍ୟନ୍ତ ପ୍ଲେଟାଇମ୍ ଅଫର କରୁଛି । ବୋଟର ଏହି ବଡ୍ସର ଦାମ୍ ୧୧୯୯ ଟଙ୍କା । ଲଞ୍ଚ୍ ପ୍ରାଇସରେ ଏହାକୁ କେବଳ ୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । କମ୍ପାନୀ ଏହି ବଡ୍ସକୁ ୪ଟି ରଙ୍ଗର ବିକଳ୍ପ ସହିତ ଆଣିଛି । ଏହାକୁ ଗ୍ରାହକ ଅଫିସିଆଲ୍ ଓ୍ବେବସାଇଟ୍ ବ୍ୟତୀତ ଆମାଜନ ଏବଂ ଫ୍ଲିପକାର୍ଟରୁ କ୍ରୟ କରିପାରିବେ ।

ବୋଟର ନୂଆ ବଡ୍ସ ପାରଦର୍ଶୀ ଡିଜାଇନ୍ ସହିତ ବହୁତ ପ୍ରିମିୟମ୍ ନଜର ଆସୁଛି । ଏଥିରେ ଆପଣଙ୍କୁ ୧୦ ଏମଏମର ଡ୍ରାଇଭର୍ସ ସହିତ ବୋଟର ସିଗ୍ନେଚର ସାଉଣ୍ଡ ମିଳିବ । ଫୋନରେ କଥା ହେବା ସମୟରେ ଏହି ଡିଭାଇସ ଉତ୍ତମ ଅନୁଭୂତି ପ୍ରଦାନ  କରିବ । କମ୍ପାନୀ କହିଛି କି ଏହାକୁ ଥରେ ଫୁଲ୍ ଚାର୍ଜ କଲେ ୫୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ଦେବ । ଏହାକୁ ମାତ୍ର ୧୦ ମିନିଟ୍ ଚାର୍ଜ କଲେ ଏହା ୧୫୦ ମିନିଟ୍ ପର୍ଯ୍ୟନ୍ତ ପ୍ଲେଟାଇମ୍ ଦେଇଥାଏ  ।

Comments are closed.