ଝାରସୁଗୁଡା/ଡେସ୍କ: ଝାରସୁଗୁଡା ଜିଲ୍ଲା ଲଖନପାଲି ବ୍ଲକ ହୀରାକୁଦ ଡ୍ୟାମର ଶରଧାପାଲି ଗାଁ ନିକଟରେ ମହାନଦୀରେ ଏକ ଯାତ୍ରୀବାହୀ ଡ଼ଙ୍ଗା ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬ ଜଣଙ୍କର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ସେହି ଡଙ୍ଗାରେ ୫୦ ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଯାଇଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେହି ଡ଼ଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ନିକଟରେ ଥିବା ମତ୍ସ୍ୟଜୀବୀ ମାନେ ୪୦ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ମଧ୍ୟ ଅନ୍ୟ ନିଖୋଜ ମାନଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଜାରି ରହିଛି।



