ଗୋଦାବରୀରେ ଡଙ୍ଗା ବୁଡ଼ି ୧୦ ନିଖୋଜ

0

ଅମରାବତି : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ  ମଙ୍ଗଳବାର ସନ୍ଧ୍ୟାରେ ଏକ ଡଙ୍ଗାବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅନୁଯାୟୀ ୨୦ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା କୋଣ୍ଡାମୋଡାଲୁରୁ ରାଜମହେନ୍ଦ୍ରୀ ଅଭିମୁଖେ ଯାଉଥିବାବେଳେ ପ୍ରବଳ ବେଗରେ ଝଡ଼ ଆସିବାରୁ ବୁଡି ଯାଇଥିଲା। ଦୁଇଜଣ ମହିଳାଙ୍କ ସହିତ ୧୦ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଆସିଥିବାବେଳେ ଅନ୍ୟମାନେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ୧୦ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ରାଜ୍ୟ ପ୍ରଶମନ ବିଭାଗ ଦଳ ଏବଂ ଏନଡିଆରଏଫ୍ ଦଳ, ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହି ଘଟଣା ପରେ ଡଙ୍ଗାର ମାଲିକ ମହମ୍ମଦ ଖ୍ୱାଜା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ନିମ୍ମାକାୟାଲା ଚିନାରାଜାପ୍ପା ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ପଶ୍ଚିମ ଗୋଦାବରୀ ଜିଲା ଏସପି ବିଶାଳ ଗୁନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଦୁର୍ଘଟଣାବେଳେ ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିଲେ । ନିଖୋଜ ୧୦ଙ୍କୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଡ଼ଙ୍ଗା ବୁଡିବାସ୍ଥଳ ଭାଦାପାଲି ପଶ୍ଚିମ ଏବଂ ପୂର୍ବ ଗୋଦାବରୀ ସୀମାନ୍ତରେ ଅବସ୍ଥିତ। ମାତ୍ର ଏହି ସ୍ଥାନଟି ଗୋଦାବରୀ ଜିଲା ଅଧୀନରେ ଆସୁଛି ।

Leave A Reply