ମେ’ ୨୪ରୁ ହାଇସ୍କୁଲରେ ବଣ୍ଟନ ହେବ ମାଟ୍ରିକ ସାର୍ଟିଫିକେଟ

0

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କ ଅରିଜିନାଲ ସାର୍ଟିଫିକେଟ, ମାର୍କ ଲିଷ୍ଟ ସବୁ ଜିଲାକୁ ପଠାଯାଇଛି। ଏଥିସହ ମାଇଗ୍ରେସନ ସାର୍ଟିଫିକେଟ, ଅକୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କ ମାର୍କ ଲିଷ୍ଟ ଏବଂ ସମସ୍ତ ଛାତ୍ରୀଛାତ୍ରଙ୍କ ଟାବୁଲେଶନ ରେଜିଷ୍ଟ୍ରାର ମଧ୍ୟ ଜିଲା ସ୍ତରରେ ଉପଲବ୍ଧ ହେଉଛି। ମେ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଜିଲା ମୁଖ୍ୟାଳୟରେ ବୋର୍ଡ ଅଧିକାରୀମାନେ ଏଗୁଡ଼ିକୁ ବଣ୍ଟନ କରିବେ। ପ୍ରତି ହାଇସ୍କୁଲର ମୁଖ୍ୟ ବା କ୍ଷମତାପ୍ରାପ୍ତ ଅଧିକାରୀମାନେ ବଣ୍ଟନ କେନ୍ଦ୍ରରୁ ସାର୍ଟିଫିକେଟ ଗ୍ରହଣ କରିବେ। ସାର୍ଟିଫିକେଟଗୁଡ଼ିକୁ ଗ୍ରହଣ କରିବା ପରେ କୌଣସି ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ ପାଇନଥିଲେ ବା ପାଇଥିବା ସାର୍ଟିଫିକେଟରେ ତ୍ରୁଟି ଥିଲେ ତୁରନ୍ତ ସେଠାରେ ଉପସ୍ଥିତ ବୋର୍ଡ ଅଧିକାରୀଙ୍କୁ ଅବଗତ କରାଇବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସଂଶୋଧିତ ସାର୍ଟିଫିକେଟ ଆବଶ୍ୟକ ପ୍ରମାଣପତ୍ର ମେ ୩୧ ତାରିଖ ସୁଦ୍ଧା ବୋର୍ଡ ମୁଖ୍ୟାଳୟରେ ପହଞ୍ଚାଇବାକୁ ପଡ଼ିବ।
କଟକ ପାଇଁ ବୋର୍ଡର କେନ୍ଦ୍ରୀୟ ଜୋନ୍‍ ଅଫିସ, ଜଗତସିଂହପୁର ସରକାରୀ ବାଳିକା ହାଇସ୍କୁଲ, କେନ୍ଦ୍ରାପଡ଼ା ଜିଲାରେ ଦୁହାରିଆସ୍ଥି ରତ୍ନା ହାଇସ୍କୁଲ, ଯାଜପୁର ଜିଲ୍ଲା ସ୍କୁଲ, ଅନୁଗୋଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଢେଙ୍କାନାଳ ବି. ବି. ହାଇସ୍କୁଲ, ପୁରୀ ସରକାରୀ ବାଳିକା ହାଇସ୍କୁଲ, ଖୋର୍ଦ୍ଧା ବିଜେବି ହାଇସ୍କୁଲ, ନୟାଗଡ଼ରେ ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱର ବୋର୍ଡ ଜୋନାଲ କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲା ସ୍କୁଲ, କେନ୍ଦୁଝରରେ ଏନ୍‍. ଏସ୍‍ ପୋଲିସ ହାଇସ୍କୁଲ, ମୟୁରଭଞ୍ଜରେ ଏମ.କେ. ସି ହାଇସ୍କୁଲ, ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଗଞ୍ଜାମରେ ବ୍ରହ୍ମପୁର ବୋର୍ଡ ଜୋନାଲ କାର୍ଯ୍ୟାଳୟ, ବୌଦ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣାରେ ବି. ଏମ. ହାଇସ୍କୁଲ, ନୂଆପଡ଼ା ନ୍ୟାସନାଲ ହାଇସ୍କୁଲ, ବରଗଡ଼ରେ ଜର୍ଜ ହାଇସ୍କୁଲ, ସମ୍ବଲପୁର ବୋର୍ଡ ଜୋନାଲ କାର୍ଯ୍ୟାଳୟ, ଦେବଗଡ଼ରେ ଆରବିଡି ହାଇସ୍କୁଲ, ଝାରସୁଗୁଡ଼ା ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀର ପି. ଆର୍‍. ହାଇସ୍କୁଲ, ସୋନପୁର ସରକାରୀ ବାଳିକା ହାଇସ୍କୁଲ, ସୁନ୍ଦରଗଡ଼ ସରକାରୀ ବାଳିକା ହାଇସ୍କୁଲ, ଜୟପୁର ବୋର୍ଡ ଜୋନାଲ କାର୍ଯ୍ୟାଳୟ, ମାଲକାନାଗିରି ସରକାରୀ ବାଳକ ହାଇସ୍କୁଲ, ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ରାୟଗଡ଼ା ଜେ.ସି.ଡି ହାଇସ୍କୁଲକୁ ବଣ୍ଟନ କେନ୍ଦ୍ର କରାଯାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply