www.samajalive.in
Tuesday, December 9, 2025
26.1 C
Bhubaneswar

ରାଜଧାନୀରେ ପାର୍କ ଖୋଲିବା ନେଇ ନୂଆ ନିୟମ ଜାରି କଲା ବିଏମସି, ଶନିବାର ଓ ରବିବାର ବନ୍ଦ ରହିବ ପାର୍କ

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ ୫.୦ ଲକ୍ ଡାଉନ ନିୟମ ଅଧିନରେ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କ ଖୋଲାରହିବ। ତେବେ ସଟଡାଉନ୍ ହେତୁ ପ୍ରତି ଶନିବାର ଓ ରବିବାର ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ। ସୋମବାରରୁ ଶୁକ୍ରବାର ସକାଳ ୫ଟାରୁ ଦିନ ୧୦ଟା ଓ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଲୋକମାନେ ପାର୍କ ଯିବା ଆସିବା କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ତେବେ ସୋମବାରରୁ ଶୁକ୍ରବାର ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ ପାର୍କକୁ ଯାଇପାରିବେ । ସେମାନଙ୍କ ବ୍ୟତୀତ ଅନ୍ୟ କାହାକୁ ସେହି ସମୟ ମଧ୍ୟରେ ପାର୍କ ଭିତରକୁ ଛଡାଯିବନାହିଁ । ସେହିଭଳି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ପାର୍କ ଖୋଲା ରହିବ । ଏହି ସମୟରେ ବୟସ୍କ ଲୋକମାନେ ପାର୍କ ଯାଇପାରିବେ ନାହିଁ । ଏହପରେ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ମଧ୍ୟ ପାର୍କ ଖୋଲା ରହିବ । ଏହି ସମୟରେ ମଧ୍ୟ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ପାର୍କକୁ ଛଡା ଯିବ ନାହିଁ ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories